ଆପଣ ନିଜେ କରିପାରିବେ ନିଜ ସ୍ୱାବ ସଂଗ୍ରହ: ଆଉ ୩ ଘଣ୍ଟାରେ ମିଳିବ ରିପୋର୍ଟ, ଜାଣନ୍ତୁ କେମିତି?

1 min read

ନୂଆଦିଲ୍ଲୀ: ଏଣିକି କରୋନା ପରୀକ୍ଷା ପାଇଁ ଟେଷ୍ଟିଂ ସେଣ୍ଟର ଆଗରେ ଲଗାଇବାକୁ ପଡ଼ିବନି ଲମ୍ୱା ଲାଇନ୍ । ଆପଣ ନିଜେ କରିପାରିବେ ନିଜ ନମୁନା ସଂଗ୍ରହ । ଆଉ ମାତ୍ର ୩ ଘଣ୍ଟାରେ ମିଳିପାରିବ କୋଭିଡ ରିପୋର୍ଟ । ଆରଟିପିସିଆର ଟେଷ୍ଟିଂ ରିପୋର୍ଟକୁ ସବୁଠାରୁ ବିଶ୍ୱାସଯୋଗ୍ୟ କୁହାଯାଉଥିବା ବେଳେ ଏଥିଲାଗି କିଛି ଦିନର ସମୟ ଲାଗୁଥିଲା ।

CSIR-Council Of Scientific & Industrial Research » Bihog.com

କିନ୍ତୁ ଦି କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ ଏହି ଆରଟିପିସିଆର ଟେଷ୍ଟିଂର ନୂଆ ଶୈଳୀ ସାମ୍ନାକୁ ଆଣିଛନ୍ତି । ଯାହା ଦ୍ୱାରା ଖୁବ୍‌ କମ୍ ସମୟରେ ମଧ୍ୟରେ ନିର୍ଭୁଲ କରୋନା ରିପୋର୍ଟ ପାଇହେବ । ଆଉ ଏହି ପ୍ରକ୍ରିୟାକୁ ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ପକ୍ଷରୁ ମଧ୍ୟ ମଞ୍ଜୁର ପ୍ରଦାନ କରିଛନ୍ତି । ତେବେ ଆସନ୍ତୁ ଜାଣିବା କ’ଣ ଏହି ସାଲାଇନ୍ ଗାର୍ଗେଲ ଆରଟିପିସିଆର ଟେଷ୍ଟିଂ ପ୍ରଣାଳୀ ।

No need for RT-PCR tests if...: Check ICMR new COVID-19 testing guidelines

କରୋନା ମୁକାବିଲାରେ ଟେଷ୍ଟିଂ ଓ ଟ୍ରେସିଂକୁ ପ୍ରମୁଖ ଅସ୍ତ୍ର ଭାବେ ବିବେଚନା କରାଯାଉଥିବା ବେଳେ ଏ ନେଇ ନମୁନା ସଂଗ୍ରହ ଓ ରିପୋର୍ଟ ଆସିବାରେ କିଛି ଦିନର ସମୟ ଲାଗୁଛି । ଏବଂ ରିପୋର୍ଟ ଆଣିବାକୁ ବିଭିନ୍ନ କାରଣରୁ ନମୁନା ପ୍ରଦାନକାରୀଙ୍କୁ ନିଜେ ଯିବାକୁ ପଡ଼ୁଛି । ଏଭଳି ସ୍ଥିତିରେ ତାଙ୍କ ଠାରୁ ଅନ୍ୟମାନେ ସଂକ୍ରମିତ ହେବାର ଆଶଙ୍କା ବଢ଼ିଯାଉଛି । ଏଣୁ କମ୍ ସମୟ ମଧ୍ୟରେ ଅଧିକରୁ ଅଧିକ ଟେଷ୍ଟିଂ ଓ ରିପୋର୍ଟ ପ୍ରଦାନ ଏକାନ୍ତ ଆବଶ୍ୟକ ହୋଇପଡ଼ୁଛି । କିନ୍ତୁ ଆରଟିପିସିଆର ଟେଷ୍ଟିଂରେ ଏଭଳି କରିବା ଏକ ବଡ଼ ଆହ୍ୱାନ ଭାବେ ଉଭା ହୋଇଥିବା ବେଳେ ଦି କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ ବା ସିଏସ୍‌ଆଇର ପକ୍ଷରୁ ଆପଣା ଯାଇଥିବା ନୂଆ ପରୀକ୍ଷା ଶୈଳୀ ଆଶ୍ୱସ୍ତି ଆଣିଦେଇଛି ।

Odisha cuts cost of RT-PCR test by private labs to Rs 400, lowest in India-  The New Indian Express

କରୋନା ପରୀକ୍ଷା ନେଇ ସାଧାରଣତଃ ଆରଟିପିସିଆର ଓ ଆଣ୍ଟିଜେନ୍ ଟେଷ୍ଟ କରାଯାଏ । ଏଥି ଲାଗି ନାକ ଓ ପାଟିରୁ ସ୍ୱାବ ସଂଗ୍ରହ କରାଯଏ। ଯାହାକୁ ଏକ କାଠି ମାଧ୍ୟମରେ ସଂଗ୍ରହ କରାଯାଏ  । ଯାହାର ଅଗ୍ରଭାଗରେ କିଛି ତୁଳା ଲାଗିଥାଏ । ଏହା ମାଧ୍ୟମରେ ସ୍ୱାବ୍ ସଂଗ୍ରହ ପରେ ଏହାକୁ ଏକ କେମିକାଲ ବକ୍ସରେ ସଂଗ୍ରହ କରାଯାଇ ଟେଷ୍ଟିଂ ପାଇଁ ପଠାଯାଏ । କିନ୍ତୁ ନାଗପୁର ସ୍ଥିତ ନ୍ୟାସନାଲ ଏନ୍‌ଭାୟରମେଣ୍ଟ ଇଞ୍ଜିନିୟରିଂ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟର ବୈଜ୍ଞାନିକମାନଙ୍କ ଦ୍ୱାରା ବିକଶିତ କରାଯାଇଥିବା ଏହି ପ୍ରକ୍ରିୟାରେ ଆପଣ ନିଜ ନମୁନା ନିଜେ ସଂଗ୍ରହ କରିପାରିବେ । ଫଳରେ ନମୁନା ସଂଗ୍ରହ ପାଇଁ ଲମ୍ୱା ଲାଇନ୍ ଲଗାଇବାକୁ ପଡ଼ିବନାହିଁ କି ଏଥିଲାଗି କୌଣସି ମାନବ ସମ୍ୱଳର ମଧ୍ୟ ଆବଶ୍ୟକତା ପଡ଼ିବନାହିଁ ।

New study shows gargling with mouthwash may inactivate coronavirus, lower  spread of Covid-19 - The Economic Times

ଏହି ପ୍ରକ୍ରିୟା ଅନୁଯାୟୀ ଆପଣଙ୍କୁ ସାଲାଇନ୍ ଥିବା ଏକ ଟ୍ୟୁବ୍ ଦିଆଯିବ । ସେହି ସାଲାଇନକୁ ସଂକ୍ରମଣ ସନ୍ଧିଗ୍ଧ ଜଣଙ୍କ ପାଟିରେ ୧୫ ସେକେଣ୍ଡ ପାଇଁ ଗାର୍ଗେଲିଂ ବା କୁଳକୁଳା କଲା ପରେ ପୁଣି ସେହି ଟ୍ୟୁବରେ ପକାଇଦେବେ । ଯାହାକୁ ଟେଷ୍ଟିଂ ଲ୍ୟାବକୁ ପଠାଯିବ । ସେଠାରେ neeriର ବୈଜ୍ଞାନିକଙ୍କ ଦ୍ୱାରା ବିକଶିତ ବୁଫରରେ ମିଶାଯିବ । ଏବଂ ରୁମ୍ ତାପମାତ୍ରାରେ ୩୦ ମିନିଟ ପାଇଁ ରଖାଯିବ । ପରେ ଲିକ୍ୟୁଡଟିକୁ ୯୮ ଡିଗ୍ରୀ ତାପମାତ୍ରା ଯାଏଁ ଗରମ କରାଯିବ । ଫଳରେ ସେଥିରୁ ଆରଏନ୍‌ଏକୁ ବାହାର କରାଯାଇ ଆରଟିପିସିଆର ଟେଷ୍ଟ କରାଯାଇପାରିବ । ଏହା ପରେ ମାତ୍ର ୩ ଘଣ୍ଟା ପରେ ଟେଷ୍ଟିଂ ରିପୋର୍ଟ ଆସିପାରିବ ବୋଲି ଡ. କ୍ରିଷ୍ଣା ଖାଇନର୍ କହିଛନ୍ତି  ।

Dr Krishna Khairnar explains how the gargle technique works in this non-invasive RT-PCR test. (Photo: PIB)

ଏହି ଟେଷ୍ଟିଂ ପ୍ରକ୍ରିୟାକୁ ଅନ୍ୟ ଟେଷ୍ଟିଂ ଲ୍ୟାବକୁ ମଧ୍ୟ ପଠାଯିବ ବୋଲି ସେ କହିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲେ ଏହା ଆଇସିଏମ୍‌ଆର ଦ୍ୱାର ସ୍ୱୀକୃତ ହୋଇସାରିଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏହା ଗ୍ରାମାଞ୍ଚଳରେ ଟେଷ୍ଟିଂ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ବେଶ୍ ସହାୟକ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

Leave a Reply