ଆଜିଠୁ ଲାଗୁ ହେବାକୁ ଯାଉଛି ଏହିସବୁ ନୂଆ ନିୟମ

1 min read

ନନ୍ଦିଘୋଷ ବ୍ୟୁରୋ: ଡିସେମ୍ବର ପହିଲା ଅଥବା ଆଜିଠୁ ଦେଶରେ ଲାଗୁ ହେବାକୁ ଯାଉଛି ଅନେକ ନୂଆ ନିୟମ । ଯେଉଁଥିରେ ଏଲପିଜି ଠାରୁ ଆରମ୍ଭ କରି ଆଧାର କାର୍ଡ ପର୍ଯ୍ୟନ୍ତ ଅନେକ ପରିବର୍ତ୍ତନ ହେବାକୁ ଯାଉଛି ।

  • LPG ସିଲିଣ୍ଡର, ଟ୍ରାଇ, SBI କ୍ରେଡିଟ୍ କାର୍ଡ ଓ ଆଧାରକାର୍ଡରେ ହେବାକୁ ଯାଉଛି ପରିବର୍ତ୍ତନ
  • LPG ସିଲିଣ୍ଡର ଗ୍ଯାସ ଦର ବଦଳିବ
  • ପ୍ରତ୍ଯେକ ମାସ ୧ ଟାରିଖରେ LPGର ଦର ପରିବର୍ତ୍ତନ ହୁଏ
  • LPG ସିଲିଣ୍ଡରର ମୂଲ୍ଯ ସହ ତୈଳ ବଜାର କମ୍ପାନୀଗୁଡିକ ମୂଲ୍ଯ ସଂଶୋଧନ କରନ୍ତି
  • ପ୍ରତି ମାସରେ ଏୟାର ଟର୍ବାଇନ୍ ଇନ୍ଧନ, CNG ଓ PNG ମୂଲ୍ଯ ସଂଶୋଧନ ହୁଏ
  • ସେହିପରି SBI କ୍ରେଡିଟ୍ କାର୍ଡ ନିୟମରେ ବି ହେଉଛି ପରିବର୍ତ୍ତନ
  • ଡିସେମ୍ବର ୧ରୁ ୪୮ କ୍ରେଡିଟ୍ କାର୍ଡ ଡିଜିଟାଲ୍ ଗେମିଂ ପ୍ଲାଟଫର୍ମରେ ରିୱାର୍ଡ ପଏଣ୍ଟ ପ୍ରଦାନ କରିବ ନାହିଁ
  • ଏହାପରେ ଟ୍ରାଇ ନିୟମରେ ହେବାକୁ ଯାଉଛି ପରିବର୍ତ୍ତନ
  • ଏହାର ସମୟସୀମା ନଭେମ୍ବରରେ ଶେଷ ହେବାକୁ ଯାଉଛି
  • ଟେଲିକମ୍ କମ୍ପାନୀଗୁଡ଼ିକ ମେସ୍ଜ୍ ଓ OTP ମେସେଜକୁ ଟ୍ରାକ୍ କରିବା ପାଇଁ ଟ୍ରେସେବିଲିଟି ନିୟମ ଲାଗୁ କରୁଛନ୍ତି
  • ନିକଟରେ ସମସ୍ତ ଟେଲିକମ୍ ଅପରେଟରମାନଙ୍କୁ ଟ୍ରାଇ ଦ୍ବାରା ଏକ ନୂଆ ଆଦେଶ ଦିଆଯାଇଛି