ପେନସନ୍ ପାଇଁ ଆସିଲା ନୂଆ ନିୟମ, ସ୍ତ୍ରୀଙ୍କ ବଦଳରେ..

ନନ୍ଦିଘୋଷ ବ୍ୟୁରୋ: ମହିଳା କର୍ମଚାରୀମାନେ ଚାହିଁଲେ ସ୍ବାମୀଙ୍କ ବଦଳରେ ନିଜ ପିଲାମାନଙ୍କୁ ପେନ୍‌ସନ୍‌ ଲାଗି ମନୋନୀତ କରିପାରବେ। କେନ୍ଦ୍ର ପେନ୍‌ସନ୍ ଓ ପେନ୍‌ସନ୍‌ଭୋଗୀ ବିଭାଗ ପକ୍ଷରୁ ଏହା ଘୋଷଣା କରାଯାଇଛି। କୌଣସି ପରିସ୍ଥିତିରେ ବିବାହ ବିଚ୍ଛେଦ ଭଳି ଘଟଣା ଘଟିଲେ ସ୍ବାମୀ ଓ ସ୍ତ୍ରୀଙ୍କୁ ଅଲଗା ହେବାକୁ ପଡ଼ିଥାଏ। ସେଭଳି ପରିସ୍ଥିତିରେ ମହିଳା କର୍ମଚାରୀମାନେ ନିଜ ପେନ୍‌ସନ୍ ଲାଗି ପିଲାଙ୍କୁ ମନୋନୀତ କରିପାରିବେ। ବିଭାଗ ପକ୍ଷରୁ କୁହାଯାଇଛି ଯେ କୋର୍ଟରେ ବିବାହ ବିଚ୍ଛେଦ ମାମଲା ଚାଲିଥିବା ସମୟରେ ମହିଳା କର୍ମଚାରୀମାନେ ପେନ୍‌ସନ୍ ଲାଗି ପିଲାମାନଙ୍କୁ ମନୋନୀତ କରିପାରିବେ। ପେନ୍‌ସନ୍‌ଭୋଗୀଙ୍କ ଦେହାନ୍ତ ହେଲେ ତାଙ୍କ ପିଲାମାନେ ପେନ୍‌ସନ୍ ପାଇବାକୁ ଯୋଗ୍ୟ ବିବେଚିତ ହେବେ। ସାଧାରଣରେ ପେନ୍‌ସନ୍‌ଭୋଗୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ସହଧର୍ମିଣୀ ପରିବାର ପେନ୍‌ସନ୍‌ ପାଇବାକୁ ପ୍ରଥମେ ଯୋଗ୍ୟ ବିବେଚିତ ହୁଅନ୍ତି। କିନ୍ତୁ ମହିଳା କର୍ମଚାରୀମାନେ ଚାହିଲେ ଲିଖିତ ଆକାରରେ ପିଲାଙ୍କୁ ମନୋନୀତ କରିବା ଲାଗି ଆବେଦନ କରିପାରିବେ।