ଅକ୍ଟୋବର ପହିଲାରୁ ବଦଳିବାକୁ ଯାଉଛି ଏହି ସବୁ ନିୟମ, ଜନତାଙ୍କ ଉପରେ ପଡ଼ିବ ପ୍ରଭାବ  

ନୂଆଦିଲ୍ଲୀ: ସରି ଆସୁଛି ସେପ୍ଟମ୍ବେର । ଆଉ ମାତ୍ର ଦିନ ୩ଟା ପରେ ଅକ୍ଟୋବର ମାସ । ତେବେ ଅକ୍ଟୋବର ପହିଲାରୁ ନୂଆ ନିୟମମାନ ଲାଗୁ ହେବାକୁ ଯାଉଛି । ଯାହାକି ସିଧା ସଳଖ ସାଧାରଣ ଜନତାଙ୍କ ଉପରେ ପ୍ରଭାବ ପକାଇବାକୁ ଯାଉଛି । ତେବେ ୫ଟି ନିୟମ ଲାଗୁ ହେବାକୁ ଯାଉଛି ।

ଟିସିଏସର ନୂଆ ନିୟମ: ଟିସିଏସ ଉପରେ ଟିକସ ସଂଗ୍ରହ କରାଯିବ । ଅକ୍ଟୋବର ପହିଲାରୁ ସରକାର ଟିଓିଏସ ଉତ୍ସରେ ଟିକସ ସଂଗ୍ରହର ଏକ ନୂତନ ନିୟମ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଏହା କେବଳ ବିଦେଶ ଯାତ୍ରା ପାଇଁ ପ୍ରଯୁଜ୍ୟ ହେବ ନାହିଁ । ବରଂ ଅନ୍ୟ କୌଣସି ଦେଶରେ କୌଣସି ଉପାୟରେ କାରବାର ମଧ୍ୟ ନୂତନ ନିୟମ ଅଧିନରେ ଆସିବ । ଅନ୍ତର୍ଜାତୀୟ ଭ୍ରମଣ, ବିଦେଶୀ ଷ୍ଟମ, ମ୍ୟୁଚୁଆାଲ ଫଣ୍ଡ, ବିଦେଶରେ କ୍ରିପ୍ଟୋକରନ୍ସି ବିନିଯୋଗ କିମ୍ବା ଉଚ୍ଚ ଶିକ୍ଷା ପାଇଁ ଏହି ପରିବରର୍ତ୍ତନ ଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ।

ବିନା ନୋମିସେସନ ଆକାଉଣ୍ଟ ଫ୍ରିଜ୍ ହୋଇଯିବ । ସେବି ଟ୍ରେଡିଙ୍ଗ ଆକାଉଣ୍ଟ, ଡିମୋଟ ଆକାଉଣ୍ଟ, ମ୍ୟୁଚୁଆଲ ଫଣ୍ଡ ନିବେଶକଙ୍କ ପାଇଁ ୩୦ ସେପ୍ଟେମ୍ବର ନୋମିନେସନ କରିବାର ଶେଷ ସମୟ ସୀମା ରହିଛି । ଯେଉଁମାନେ କରିନାହାନ୍ତି ସେମାନଙ୍କ ଆକାଉଣ୍ଟ ଅକ୍ଟୋବର ୧ରୁ ଫ୍ରିଜ୍ ହୋଇଯିବ ।

ଆଧାର, ପ୍ୟାନ୍ ଦାଖଲ ନକଲେ ସ୍ବଳ୍ପ ସଞ୍ଚୟ ସ୍କିମ ବନ୍ଦ ହେବ: ଯେଉଁମାନେ ପବ୍ଲିକ ପ୍ରୋଭିଡିଏଣ୍ଟ ଫଣ୍ଡ, (ପିପିଏଫ), ଏସସିଏସଏସ, ଏନପିଏସ ଭଳି ଛୋଟ ସଞ୍ଚୟ ସ୍କିମରେ ବିନିଯୋଗ କରିଛନ୍ତି ପ୍ୟାନ ଆଧାର ଦାଖଲ କରିବାର ଶେଷ ତାରିଖ ସେପ୍ଟେମ୍ବର ୩୦ । ଆଧାର, ପ୍ୟାନ ବାଧ୍ୟତାମୂଳକ ଭାବେ ଦାଖଲ କରିବାକୁ ଥିବାବେଳେ ଯଦି କେହି ଦାଖଲ କରିନାହାନ୍ତି ସରକାରୀ ବିଜ୍ଞପ୍ତି ଅନୁଯାୟୀ ଅକ୍ଟୋବର ୧ରୁ ସ୍ଥଗିତ ରହିବ ।

ସରକାରୀ ଚାକିରି ପାଇଁ ଜନ୍ମ ପ୍ରମାଣପତ୍ର ଏକକ ଡକ୍ୟୁମେଣ୍ଟ: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନୁଯାୟୀ, ଜନ୍ମ ଏବଂ ମୃତ୍ୟୁ ପଞ୍ଜିକରଣ (ସଂଶୋଧନ) ଅଧିନିୟମ 2023 ଅକ୍ଟୋବର 1 ରୁ କାର୍ଯ୍ୟକାରୀ ହେବ। ଏହି ସଂଶୋଧିତ ଆଇନର କାର୍ଯ୍ୟକାରିତା ସହିତ ଜନ୍ମ ପ୍ରମାଣପତ୍ର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଏକକ ଡକ୍ୟୁମେଣ୍ଟ ଭାବରେ ବ୍ୟବହୃତ ହେବ । ଯେପରିକି, ଏହା ଶିକ୍ଷାନୁଷ୍ଠାନରେ ଆଡମିଶନ, ଡ୍ରାଇଭିଂ ଲାଇସେନ୍ସ, ଭୋଟର ତାଲିକା ପ୍ରସ୍ତୁତି, ଆଧାର ନମ୍ବର, ବିବାହ ପଞ୍ଜୀକରଣ ଏବଂ ସରକାରୀ ଚାକିରିରେ ନିଯୁକ୍ତି ପାଇଁ ଏକକ ଡକ୍ୟୁମେଣ୍ଟ ଭାବରେ ବ୍ୟବହୃତ ହେବ ।

ଅଚଳ ହେବ ବଡ଼ ନୋଟ୍: ଦେଶର ସବୁଠାରୁ ବଡ଼ ନୋଟ କୁହାଯାଉଥିବା ୨ହଜାର ଟଙ୍କିଆ ନୋଟ  ଅକ୍ଟୋବର ୧ରୁ ଅଚଳ ହେବ । ସେପ୍ଟେମ୍ବର ୩୦ ତାରିଖ ଶେଷ ସମୟ ରହିଛି ଏହାକୁ ବଦଳାଇବା ପାଇଁ ।