କେନ୍ଦ୍ର ସରକାରଙ୍କ ନୂଆ ନିୟମ: ଏଣିକି ଏହି ଖେଳାଳିମାନଙ୍କୁ ମିଳିବ ନାହିଁ ପୁରସ୍କାର ରାଶି
1 min read![](https://nandighoshatv.com/wp-content/uploads/2025/02/Prize-Money-1024x576.jpg)
ନୂଆଦିଲ୍ଲୀ: ଭାରତ ସରକାରଙ୍କ ତରଫରୁ ଦିଆଯାଉଥିବା ନଗର ପୁରସ୍କାର ନୀତିରେ ପରିବର୍ତ୍ତନ କରାଯାଇଛି । ଏଣିକି ଜୁନିୟର ପ୍ରତିଯୋଗିତାକୁ କେବଳ ପଦକ ଭାବେ ନୁହେଁ, ବରଂ ବିକାଶାତ୍ମକ ମଞ୍ଚ ଭାବେ ଗୁରୁତ୍ବ ଦିଆଯିବ । ଏଥିସହିତ ସିନିୟର ଆଥଲେଟମାନଙ୍କ ପାଇଁ ପୁରସ୍କାର ମଧ୍ୟ ପରିବର୍ତ୍ତନ କରାଯାଇଛି । ଦେଶରେ ଅନେକ ଥର ଆଥଲେଟଙ୍କୁ ସେମାନଙ୍କର ଉଚ୍ଚ କ୍ରୀଡ଼ା ପ୍ରଦର୍ଶନ ଓ ପଦକ ଜିତିବା କାରଣରୁ ସରକାର ପ୍ରାଇଜ୍ ମନି ଦେଇଥାନ୍ତି । ପ୍ରଥମ ବ୍ୟବସ୍ଥା ଅନୁସାରେ, ଜୁନିୟର ବିଶ୍ବ ଚାମ୍ପିୟନଶିପରେ ସ୍ବର୍ଣ୍ଣ ପଦକ ଜିତିଲେ ଆଥଲେଟଙ୍କୁ ପାଖାପାଖି ୧୩ ଲକ୍ଷ ଟଙ୍କା ମିଳୁଥିଲା । ଅନ୍ୟପକ୍ଷରେ ଏସୀୟ ବା କମନଓ୍ବେଲଥ ଗେମ୍ସରେ ପ୍ରଥମ ସ୍ଥାନରେ ରହିଲେ ୫ ଲକ୍ଷ ପୁରସ୍କାର ମିଳୁଥିଲା । ମାତ୍ର ଏବେ ମନ୍ତ୍ରଣାଳୟ ଜୁନିୟର ପ୍ରତିଯୋଗିତା ପାଇଁ କେବଳ ପୋଡିୟମ ଫିନିଶ ଉପରେ କେନ୍ଦ୍ରିତ ନ ରଖିବାକୁ ନିଷ୍ପତ୍ତି ନେଇଛି । ତେବେ ଏହାଦ୍ବାରା ଏହାକୁ ବିକାଶତ୍ମକ ମଞ୍ଚ ଭାବେ ଗୁରୁତ୍ବ ଦେବାକୁ ପ୍ରୟାସ କରାଯାଇଛି ।
ମନ୍ତ୍ରଣାଳୟର ଜଣେ ଅଧିକାରଙ୍କ ଅନୁଯାୟୀ, ଏକମାତ୍ର ଦେଶ ଭାରତରେ ଜୁନିୟର ଚାମ୍ପିୟନଶିପକୁ ଅତ୍ୟଧିକ ମହତ୍ତ୍ବ ଦିଆଯାଉଥିଲା । ଫଳରେ ଆଥଲେଟ ଏହି ସ୍ତରରେ ଏତେ ପରିଶ୍ରମ କରୁଥିଲେ କି, ଯେତେବେଳେ ସେମାନେ ଉଚ୍ଚସ୍ତରରେ ପହଞ୍ଚୁଥିଲେ, ସେମାନେ ଥକିଯାଉଥିଲେ ଓ ସେମାନଙ୍କର ପ୍ରତିସ୍ପର୍ଦ୍ଧା ସମାପ୍ତ ହୋଇଯାଉଥିଲା । ଏଥିସହିତ ସିନିୟର ଆଥଲେଟଙ୍କ ପାଇଁ ପୁରସ୍କାର ନୀତିରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ମନ୍ତ୍ରଣାଳୟ ରାଷ୍ଟ୍ରମଣ୍ଡଳ ଚାମ୍ପିୟନଶିପ ଓ ସାଉଥ ଏସୀୟ କ୍ରୀଡ଼ା ପୁରସ୍କାର ସୂଚୀରୁ ହଟାଇ ଦେଇଛି । ଶତରଞ୍ଜରେ ଇଣ୍ଟରନ୍ୟାସନାଲ ମାଷ୍ଟର ବା ଗ୍ରାଣ୍ଡମାଷ୍ଟର ମାନକ ହାସଲ କରିବା ପରେ ଏବେ କୌଣସି ପୁରସ୍କାର ମିଳିବ ନାହିଁ ।
ଏଥସହିତ ଶୁଟିଂ ଖେଳାଳି ମନୁ ଭାକରଙ୍କ ଗତବର୍ଷ ପ୍ୟାରିସ ଖେଳରେ ୨ଟି କାଂସ୍ୟ ପଦକ ବିଜୟ ପରେ ଅଲିମ୍ପିକ ଓ ବିଶ୍ବ ଚାମ୍ପିୟନଶପରେ ପ୍ରତ୍ୟେକ ପଦକ ପାଇଁ ଏବେ ଖେଳାଳି ଓ ତାଙ୍କର କୋଚଙ୍କୁ ପୁରସ୍କାର ମିଳିବ । ଏକାଡେମୀ ବା ଅଖାଡ଼ା ଯେଉଁଠାରେ ପଦକ ବିଜେତା ପ୍ରଶିକ୍ଷଣ ନେଇଥିବେ, ତାଙ୍କୁ ମଧ୍ୟ ପୁରସ୍କାର ମିଳିବ । ପୂର୍ବର ନୀତିରେ ଏହି ସର୍ତ୍ତ ଥିଲା ଯେ, ଆଥଲେଟଙ୍କ ପରିବାର (ପତି, ପତ୍ନୀ, ମାତା-ପିତା, ଭାଇ-ଭଉଣୀ)ଙ୍କୁ ପୁରସ୍କାର ମିଳିବନି, ଏବେ ତାହାକୁ ହଟାଇ ଦିଆଯାଇଛି । ଡୋପିଂ, ବୟସ ଧୋକ୍କାବାଜୀ ପରି ଅପରାଧକୁ ରୋକିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା କୁହାଯାଉଛି ।