ଭାରତ- ନ୍ୟୁଜିଲାଣ୍ଡ ମ୍ୟାଚରେ ବନିଲା ଏହି ୧୧ ବିଶ୍ବ ରେକର୍ଡ  

1 min read

ଧର୍ମଶାଳା: ସୁପର ସଣ୍ଡେରେ ଅନୁଷ୍ଠିତ ହୋଇଥିଲା ସୁପର ମ୍ୟାଚ୍ । ଭାରତ- ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଦେଖିବାକୁ ମିଳିଥିଲା ହାଇଭୋଲଟେଜ୍ ମ୍ୟାଚ୍ । ସାମିଙ୍କ ଘାତକ ବୋଲିଂ ଏବଂ ବିରାଟଙ୍କ ଦମଦାର ପାଳି ଭାରତ ପାଇଁ ବିଜୟ ପାଇଁ ସହାୟକ ହୋଇଛି ।  ଭାରତ ଏହି ମ୍ୟାଚକୁ ୪ ଓ୍ବିକେଟରେ ଜିତି ନେଇଥିଲା । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ଏହି ମ୍ୟାଚରେ ୧୧ଟି ବିଶ୍ବ ରେକର୍ଡ ବନିଛି ।

ସାମିଙ୍କ ରେକର୍ଡ: ବିଶ୍ବକପରେ ସର୍ବାଧିକ ୫ ଓ୍ବିକେଟ ନେଇଥିବା ବୋଲରଙ୍କ ମଧ୍ୟରେ ରେକର୍ଡ କରିଛନ୍ତି ସାମି । ସେ ଭାରତୀୟ ବୋଲରଙ୍କ ମଧ୍ୟରେ ୨ଥର ୫ ଓ୍ବିକେଟ ଅକ୍ତିଆର କରିବାର ରେକର୍ଡ କରିଛନ୍ତି । ପୂର୍ବରୁ କପିଲ ଦେବ, ଭେଙ୍କେଟସ ପ୍ରସାଦ, ରବିନ ସିଂହ, ଆଶିଷ ନେହେରା ଏବଂ ଯୁବରାଜ ସିଂହ । ଏମାନେ ବିଶ୍ବକପରେ ଥରେ ଲେଖାଏଁ ୫ ଓ୍ବିକେଟ ଅକ୍ତିଆର କରିବାର ରେକର୍ଡ ରହିଛି । କିନ୍ତୁ ପ୍ରଥମର ଥର ଲାଗି ଭାରତୀୟ ବୋଲରଭାବେ ବିଶ୍ବକପରେ ସାମି ଦ୍ବିତୀୟଥର ୫ ଓ୍ବିକେଟ ଅକ୍ତିଆର କରିଛନ୍ତି ।

ଶୁଭମନ ଗିଲଙ୍କ ରେକର୍ଡ: ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ନିଆରା ରେକର୍ଡ କରିଛନ୍ତି ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ୍ । ସେ କମ ପାଳିରେ ଦିନିକିଆରେ ୨ ହଜାର ରନ ବେନଇବାର ରେକର୍ଡ କରିଛନ୍ତି । ପୂର୍ବରୁ ହାସିମ ଆମଲା ୪୦ ପାଳିରୁ ୨ ହଜାର ରନ କରିଥିବାବେଳେ ୩୮ ପାଳିରେ ଏହି ରେକର୍ଡ କରିଛନ୍ତି ଗିଲ୍ ।

ଦିନିକିଆରେ ଭାରତ ବିପକ୍ଷରେ ସର୍ବାଧିକ ସ୍କୋର କରିଥିବା ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ । ବିଶ୍ବକପରେ ଭାରତ ବିପକ୍ଷରେ ହେରେଲ ମିଚେଲ ଦ୍ବିତୀୟ ଖେଳାଳିଭାବେ ଶତକ ହାସଲ କରିଛନ୍ତି ।

ବିଶ୍ବକପରେ ସାମିଙ୍କ ରେକର୍ଡ: ବିଶ୍ବକପରେ ସର୍ବାଧିକ ଓ୍ବିକେଟ ନେଇଥିବା ଭାରତୀୟ ଖେଳାଳିଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ମହମ୍ମଦ ସାମି । ସେ ୩୬ ଓ୍ବିକେଟ ଅକ୍ତିଆର କରିଛନ୍ତି । ହାଜିର ଖାନ ଏବଂ ଶ୍ରୀନାଥ ଭାରତ ପକ୍ଷରୁ ବିଶ୍ବକପରେ ୪୪ଟି ଲେଖାଏଁ ଓ୍ବିକେଟ ନେଇଛନ୍ତି ।

ବିଶ୍ବକପରେ ସର୍ବାଧିକ ୪ ଓ୍ବିକେଟ ନେଇଥିବା ବୋଲର: ସାମିଙ୍କ ଛଡ଼ା କୌଣସି  ଭାରତୀୟ ବୋଲର ବିଶ୍ବକପରେ ୨ରୁ ଅଧିକ ୪ ଓ୍ବିକେଟ ଅକ୍ତିଆର କରିନାହାନ୍ତି ।

ବିଶ୍ବକପରେ ସର୍ବାଧିକ ଅର୍ଦ୍ଧଶତକ ବନେଇଥିବା ବ୍ୟାଟ୍ସମ୍ୟାନ: ବିରାଟ କୋହଲି ବିଶ୍ବକପରେ ୧୨ ଅର୍ଦ୍ଧଶତକ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି । ସଚିନ ତେନ୍ଦୁଲକର ୨୧ ଅର୍ଦ୍ଧଶତକ ସହ ଶୀର୍ଷରେ ରହିଛନ୍ତି । ସାଙ୍ଗାକାରା ଏବଂ ହାସିମ ଆମଲା ୧୨ଟି ଲେଖାଏଁ ଅର୍ଦ୍ଧଶତକ ସହ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି ।

ଛକାରେ ରେକର୍ଡ: ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଛକା ମାରିବାରେ ରୋହିତ ତୃତୀୟ ସ୍ଥାନରେ ରହିଛନ୍ତି । ଏବି ଡିଭିଲିୟର୍ସ ଶୀର୍ଷରେ ରହିଥିବାବେଳେ କ୍ରିସ୍ ଗେଲ ଦ୍ବିତୀୟ ସ୍ଥାନରେ ରହିଛନ୍ତି ।

କୋହଲିଙ୍କ କିର୍ତ୍ତୀମାନ: ଦିନିକିଆରେ ସର୍ବାଧିକ ସ୍କୋର ରେକର୍ଡର କରିବାରେ ଆଉ ଏକ ପାଦ ଆଗେଇଛନ୍ତି କୋହଲି । ଜୟ ସୁରିଆଙ୍କ ରେକର୍ଡ ଭାଙ୍ଗିବା ସହ ଚତୁର୍ଥ ସ୍ଥାନକୁ ଉତୀର୍ଣ୍ଣ ହୋଇଛନ୍ତି ।