T20 ମ୍ୟାଚରେ ଟେଷ୍ଟ୍ ଖେଳିଲେ ଏହି ଦେଶର ଅଧିନାୟକ

1 min read

ନନ୍ଦିଘୋଷ ବ୍ୟୁରୋ: ଚାଲିଛି ଟି-୨୦ ବିଶ୍ବକପ । ଆମେରିକାରେ ଖେଳା ଯାଉଥିବା ମ୍ୟାଚ ଗୁଡ଼ିକ ଲୋସ୍କୋରିଂ ହେଉଛି । ତେବେ ନାମିବ୍ୟାର ଅଧିନାୟକ ଟି-୨୦ରେ ଏକ ଅଲୋଡ଼ା ରେକର୍ଡ ଅର୍ଜନ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ନାମିବ୍ୟାର ଶୋଚନୀୟ ପରାଜୟ ହେବା ସହ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଛି । ତେବେ ନାମିବ୍ୟା ପ୍ରଥମେ ବ୍ୟାଟିଂ କରି ୭୨ ରନ ସଂଗ୍ରହ କରିଥିବାବେଳେ ଅଷ୍ଟ୍ରେଲିଆ ମାତ୍ର ୫ ଓଭର ୪ଟି ବଲରେ ପୂରଣ କରିଥିଲା । ତେବେ ନାମିବ୍ୟାର ଅଧିନାୟକ ୧୭ଟି ବଲ ଖେଳି ନିଜର ଖାତା ଖୋଲିଥିଲେ । ଯାହାକି ଟି-୨୦ରେ ଏକ ରେକର୍ଡ । ୧୭ ବଲରେ ପ୍ରଥମ ସ୍କୋର କରିବାର ଏକ ଅଲୋଡ଼ା ରେକର୍ଡ ସେ ନିଜ ନାମରେ ସ୍ଥାପନ କରିଛନ୍ତି । ତେବେ ଦଳର ଓ୍ବିକେଟ ପତନ ଘଟୁଥିବାବେଳେ ସେ ଧର୍ଯ୍ୟସହ ଖେଳି ଯେତେବେଳେ ୧୭ଟି ବଲ ଖେଳି ପ୍ରଥମ ସ୍କୋର କରିଥିଲେ ସେତେବେଳେ ଦର୍ଶକମାନେ ତାଳି ମାରିଥିଲେ । ଯଦିଓ ସେ ପରବର୍ତ୍ତୀ ସମୟରେ ୨୬ଟି ବଲ ଖେଳି ୩୫ ରନ କରିବାରେ ସକ୍ଷମ ହୋଇଥିଲେ ।