ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରକୁ ଛାଡ଼ିଲାନି, ୨ ଜଣଙ୍କୁ ସଂକ୍ରମିତ କଲା କରୋନା

new positive case detained in chandipur missile test center

ବାଲେଶ୍ୱର: କରୋନା କବଳରେ ପୁରା ରାଜ୍ୟ । ଦିନକୁ ଦିନ ରାଜ୍ୟରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୋଲିସ, ଆର୍ମିରେ ନିୟୋଜିତ ଥିବା ବ୍ୟକ୍ତି କରୋନା କବଳରେ ଆସିଛନ୍ତି । ଚାନ୍ଦିପୁର କ୍ଷେପଣାସ୍ତ୍ର କେନ୍ଦ୍ରରେ କରୋନା ସଂକ୍ରମଣ ଚିହ୍ନଟ ହୋଇଛି ।  ୨ ଜଣ କରୋନା ଭୁତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି ।

ସୋମବାର ଦିନ ତାଙ୍କର କୋଭିଡ ଟେଷ୍ଟରେ ପଜିଟିଭ ଆସିଥିଲା । ପଜିଟିଭ ଆସିଲା ପରେ କୋଲକାତା ସ୍ଥିତ କୋଭିଡ ହସ୍ପିଟାଲରେ ସେମାନଙ୍କୁ ଭର୍ତ୍ତି କରାଯାଇଛି । ସେପଟେ ପରୀକ୍ଷା କେନ୍ଦ୍ରରେ ପଜିଟିଭ ଆସିଲା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକ ମାନଙ୍କୁ ଓ୍ୱାର୍କ ଫର୍ମ ହୋମ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

କ୍ଷେପଣାସ୍ତ୍ର କେନ୍ଦ୍ରର ନିର୍ଦ୍ଦେଶକ କହିଛନ୍ତି ସେମାନଙ୍କୁ ଘରେ ରହି କାମ କରିବା ପାଇଁ କୁହାଯାଇଛି । ଏହା ସହ ପୁରା କେନ୍ଦ୍ରକୁ ସାନିଟାଇଜ କରାଯାଇଛି । ବାଲେଶ୍ୱରରେ ଏବେ ୧୯୦ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ସେଥିମଧ୍ୟରୁ ୧୫୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଛି ।

Leave a Reply