ସୌମେନ୍ଦ୍ର ପ୍ରିୟଦର୍ଶୀ ପୋଲିସ କମିଶନର, ଏମ ଅକ୍ଷୟ ଅଗ୍ନିଶମ ଡିଜି

ଭୁବନେଶ୍ବର: ବଦଳିଲେ ଟ୍ବିନ ସିଟି ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ । ତାଙ୍କ ସ୍ଥାନରେ ବରିଷ୍ଠ ଆଇପିଏସ ଅଫିସର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ସେପଟେ ପୋଲିସ କମିଶନର ଥିବା ସୁଧାଂଶୁ ଷଡ଼ଙ୍ଗୀଙ୍କୁ ସରକାର ଓଡିଶା ପୋଲିସ ଗୃହ ନିର୍ମାଣ ବିଭାଗର ସିଏମଡି ଭାବେ ନିଯୁକ୍ତ କରିଛନ୍ତି ।

୧୯୮୮ ବ୍ୟାଚର ଆଇପିଏସ ଅଫିସର ଏମ ଅକ୍ଷୟ ଅଗ୍ନିଶମ ବିଭାଗର ଡିଜି ହୋଇଛନ୍ତି । ରାଜ୍ୟରେ ରଥଯାତ୍ରା ହେଉ ଅବା ଅପରାଧ ରୋକିବା । ସବୁଥିରେ ନିଜର ପାରଙ୍ଗମ ଦେଖାଇବା ସହ ସୂଚାରୁ ରୂପେଲ କର୍ତ୍ତବ୍ୟ ପ୍ରତିପାଦନ କରିଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ । ୧୯୯୫ ବ୍ୟାଚର ଆଇପିଏସ ଅଫିସର ହେଉଛନ୍ତି ସୌମେନ୍ଦ୍ର୍ୟ ପ୍ରିୟଦର୍ଶୀ । ପୂର୍ବରୁ କ୍ରାଇମବ୍ରାଞ୍ଚ ଡିଜି ଥିବା ବେଳେ ବର୍ତ୍ତମାନ ପୋଲିସ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି ।

ଏତେ ବଡ଼ ଦାୟିତ୍ୱ ନ୍ୟସ୍ତ କରିଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ସୌମେନ୍ଦ୍ର । ଟ୍ୱିନସିଟିର ସୁରକ୍ଷା ମୋ ପାଇଁ ଚ୍ୟାଲେଞ୍ଜ । ନିଜ ଦାୟିତ୍ବକୁ ସୁରୁଖୁରୁରେ ସମ୍ପାଦନ କରିବାକୁ ଚେଷ୍ଟା କରିବି । ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ ପାଇଁ ପ୍ରଭୁଙ୍କ ଆଶୀର୍ବାଦ ଲୋଡୁଛି ବୋଲି କହିଛନ୍ତି ସୌମେନ୍ଦ୍ର । ଏପଟେ ଆଇନ ଶୃଙ୍ଖଳା ସଜାଡିବାରେ ଫେଲ୍ ମାରିଲେ ବୋଲି ସୁଧାଂଶୁ ଷଡ଼ଙ୍ଗୀଙ୍କ ବଦଳି ହୋଇଛି ।

ରାଜଧାନୀରେ ଅପରାଧ ନିୟନ୍ତ୍ରଣରେ ବିଫଳତା ପାଇଁ ବଦଳିଲେ କମିଶନର । ଦ୍ୱୈତ ନଗରୀର ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଛି । ଗତ କିଛି ମାସ ମଧ୍ୟରେ ଅପରାଧ ହାର ମଧ୍ୟ ବଢ଼ିଛି । ନୟାପଲ୍ଲୀ ହତ୍ୟା ଘଟଣାରେ ଗଣମାଧ୍ୟମକୁ ଦାୟିତ୍ୱହୀନ ମନ୍ତବ୍ୟ ଦେଇଥିଲେ । ଆତ୍ମରକ୍ଷା ପାଇଁ ହତ୍ୟା ହୋଇଥିବା କହିଥିଲେ କମିଶନର  ।

Leave a Reply