spot_img

Latest Posts

ଆଜି ପାକିସ୍ତାନ ପାଇବ ନୂଆ ପ୍ରଧାନମନ୍ତ୍ରୀ, ଶାହାବାଜ ସରିଫ ପିନ୍ଧିପାରନ୍ତି ମୁକୁଟ

ଇସଲାମାବାଦ: ଆଜି ନିର୍ବାଚିତ ହେବେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ। ବିରୋଧୀ ମେଣ୍ଟର ପ୍ରାର୍ଥୀ ଶାହାବାଜ ସରିଫ ପିନ୍ଧିପାରନ୍ତି ମୁକୁଟ। ଯଦି ସେ ନିର୍ବାଚିତ ହୁଅନ୍ତି ତେବେ ଆସନ୍ତା ବର୍ଷ ଅକ୍ଟୋବର ଯାଏ ତାଙ୍କ କାର୍ଯ୍ୟକାଳ ରହିବ। ତାଙ୍କୁ ସମର୍ଥନ କରିଛନ୍ତି ମିଳିତ ବିରୋଧୀ PML-N ଅଧ୍ୟକ୍ଷ। ଶାହବାଜଙ୍କୁ ବିରୋଧୀ ଦଳମାନେ ପିଏମ୍ ପ୍ରାର୍ଥୀ ଭାବେ ମନୋନୀତ କରିଥିବାରୁ ସେ ଦେଶର ନୂଆ ପ୍ରଧାନମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ। ତେବେ ତାଙ୍କ ବିପକ୍ଷରେ ଇମ୍ରାନଙ୍କ ଦଳ PTI ପକ୍ଷରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଶାହ ମହମୁଦ କୁରେସି। ଆଜି ଦିନ ୨ଟା ବେଳେ ପାକିସ୍ତାନ ନ୍ୟାସନାଲ ଆସେମ୍ଲିରେ ଭୋଟିଂ ପରେ  କିଏ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବ  ତାହାର ଚିତ୍ର ସ୍ପଷ୍ଟ ହେବ।

ସେପଟେ ଉପବାଚସ୍ପତି କାସିମ ସୁରି ଇସ୍ତଫା ଦେଇନାହାନ୍ତି ବୋଲି ସୂଚନା ଦେଇଛି ନ୍ୟାସନାଲ ଆସେମ୍ବଲି ସେକ୍ରେଟାରିଏଟ। ଆଜି ହେବାକୁ ଥିବା ସଂସଦ ଅଧିବେଶନରେ ସେ ଅଧ୍ୟକ୍ଷତା କରିବେ ବୋଲି କୁହାଯାଇଛି। ତାଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଅଧିବେଶନରେ ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବେ।   ଗତ ଶନିବାର ଅନାସ୍ଥା ଭୋଟ ପୂର୍ବରୁ ବାଚସ୍ପତି ଆସଦ କାଇଜର ନିଜ ପଦରୁ ଇସ୍ତଫା ଦେଇଥିଲେ। କାଇଜରଙ୍କ ଇସ୍ତଫା ପରେ ଗୃହରେ ଆୟଜ ସାଦ୍ଦିକଙ୍କ ଅଧ୍ୟକ୍ଷତାରେ ଭୋଟ ପରିଚାଳନା ହୋଇଥିଲା। ସେପଟେ ଲଣ୍ଡନରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ପାକିସ୍ତାନ ତେହରିକ-ଇ-ଇନସାଫ ବା ପିଟିଆଇର ସମର୍ଥକ । ସରିଫଙ୍କ ଲଣ୍ଡନସ୍ଥିତ ଆଭେନଫିଲ୍ଡ ଫ୍ଲାଟ ସମ୍ମୁଖରେ ପିଟିଆଇ କର୍ମୀ ଓ ପିଏମଏଲ-ଏନ ସମର୍ଥକ ମୁହାଁମୁହିଁ ହୋଇଛନ୍ତି।

ଇମ୍ରାନ ଖାଁ ସରକାର ଭାଙ୍ଗିବା ମୂଳରେ ପିଏମଏଲ-ଏନ ଦାୟୀ ବୋଲି ପିଟିଆଇ କର୍ମୀମାନେ ସ୍ଲୋଗାନ ଦେଇ ବିକ୍ଷୋଭ କରିଥିଲେ । ପ୍ରତିବାଦରେ ସରିଫ ସମର୍ଥକ ବି ସେଠାରେ ଉପସ୍ଥିତ ରହି ପିଟିଆଇ କର୍ମୀଙ୍କୁ ମୁକାବିଲା କରିଥିଲେ । ତେବେ ପୋଲିସ ପହଞ୍ଚି ଉଭୟ ପକ୍ଷଙ୍କୁ ଶାନ୍ତ କରାଇଥିଲା ।

Latest Posts

Don't Miss