ଅମାନିଆ ଡ୍ରାଇଭର ସାବଧାନ ! ମହଙ୍ଗା ପଡିବ ନୂଆ ମୋଟର ଯାନ ଆଇନ, ନିୟମ ଉଲଙ୍ଘନ କଲେ ଗଣିବେ ତଣ୍ଡ
ଭୁବନେଶ୍ୱର: ଏଣିକି ସାବାଡ଼ ହେବେ ଅମାନିଆ ଡ୍ରାଇଭର । ଅମାନିଆଙ୍କ ପାଇଁ ଲାଗୁ ହେବ ନୂଆ ନିୟମ । ସରକାରୀ ୱେବସାଇଟରେ ରହିବ ନିୟମ ଉଲଂଘନକାରୀଙ୍କ ସବୁ ତଥ୍ୟ । ବାରମ୍ବାର ଟ୍ରାଫିକ୍ ନିୟମ ଭାଙ୍ଗୁଥିବା ଚାଳକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅକ୍ଟୋବାର ପହିଲାରୁ ଲାଗୁ ହେବ ନୂଆ ନିୟମ ।
ଅମାନିଆ ଡ୍ରାଇଭର ସାବଧାନ
ମହଙ୍ଗା ପଡିବ ନୂଆ ମୋଟର ଯାନ ଆଇନ
ଟ୍ରାଫିକ ନିୟମ ଉଲଂଘନ କଲେ ତଣ୍ଡିବାକୁ ପଡିବ ଅଧିକ ଜରିମାନା
ସରକାରୀ ପୋର୍ଟାଲରେ ରହିବ ନିୟମ ଉଲଂଘନକାରୀଙ୍କ ତାଲିକା । ଗାଡି ଚଳାଇବା ବେଳେ ଟ୍ରାଫିକ ନିୟମ ଭାଙ୍ଗୁଛନ୍ତି କି । ଯଦି ଏହା ଆପଣଙ୍କ ଅଭ୍ୟାସଗତ ଭୂଲ ତେବେ ହୋଇଯଆନ୍ତୁ ସାବଧାନ । କାରଣ ଟ୍ରାଫିକ ନିୟମ ବାରମ୍ବାର ଭାଙ୍ଗିଲେ ଏଣିକି ଦେବାକୁ ପଡିବ ଦୁଇ ଗୁଣା ଜରିମାନା । ଥରେ ନିୟମ ଉଲଂଘନ କଲେ ସରକାରୀ ପୋର୍ଟାଲରେ ରହିବ ନିୟମ ଉଲଂଘନକାରୀଙ୍କ ସମସ୍ତ ତଥ୍ୟ । ଅମାନିଆ ଡ୍ରାଇଭରଙ୍କୁ ଏଣିକି ତଣ୍ଡିବାକୁ ପଡିବ ଅଧିକ ଜରିମାନା ।
ଗାଡି ଚଳାଇବା ବେଳେ ପାଖରେ ଗାଡିର କାଗଜ ପତ୍ର ନଥିଲେ ଏଣିକି ଜରିମାନା ଆଦାୟ କରି ହେବନି । ଡ୍ରାଇଭିଂ ଲାଇସେନ୍ସ ସମେତ , ଗାଡିର ଅନ୍ୟାନ୍ୟ କାଗଜ ପତ୍ରର ଡିଜିଟାଲ କପି ଦେଖାଇ ପାରିବେ ଚାଳକ । ଗାଡିର ରେଜିଷ୍ଟ୍ରେସନ , ଫିଟନେସ ତଥା ପରମିଟ ଠିକ ଅଛି କି ନାହିଁ ତାହାର ସମସ୍ତ ତଥ୍ୟ ସରକାରୀ ପୋର୍ଟାଲରେ ଉପଲବ୍ଧ ରହିବ । ଯାହାଫଳରେ ଗାଡି ଚାଳକ ସଚେତନ ହେବା ସହ ଦୁର୍ଘଟଣା ମଧ୍ୟ କମ୍ ହେବ ।
ନୂଆ ମୋଟର ଯାନ ଆଇନରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଅକ୍ଚୋବର ୧ ତାରିଖରୁ କଡାକଡି ହେବ ଏହି ନିୟମ । ଏହା ଫଳରେ ଦୁର୍ଘଟଣା କମ୍ ହେବ ବୋଲି ଆଶା କରାଯାଉଛି ।