ବ୍ରିଟେନରେ କରୋନାର ଆଉ ଏକ ନୂଆ ଷ୍ଟ୍ରେନ୍‌, ଦକ୍ଷିଣ ଆଫ୍ରିକୀୟ ଯାତ୍ରୀ ସଂକ୍ରମିତ

1 min read

ଲଣ୍ଡନ: ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍‌କୁ ନେଇ ସାରା ବିଶ୍ୱ ଆତଙ୍କିତ ରହିଥିବା ବେଳେ ଏବେ କୋଭିଡ-୧୯ ସଂକ୍ରମଣର ଆଉ ଏକ ନୂଆ ଭୂତାଣୁ ସରକାରଙ୍କର ଚିନ୍ତା ବଢାଇଛି ।

କୋଭିଡ-୧୯ ସଂକ୍ରମିତ ନୂଆ ଷ୍ଟ୍ରେନ୍ ମାମଲା ବ୍ରିଟେନରେ ଚିହ୍ନଟ ହୋଇଛି । ନିକଟରେ ଚିହ୍ନଟ ହୋଇଥିବା ନୂଆ ଷ୍ଟ୍ରେନ୍ ଯୋଗୁ ସଂକ୍ରମଣ ଶୀଘ୍ର ବ୍ୟାପୁଥିବା ବେଳେ ଆଉ ଏକ ନୂଆ ଭୂତାଣୁ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

ସୂଚନା ମୁତାବକ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଯାତ୍ରୀଙ୍କ ସମ୍ପର୍କରେ ଆସିଥିବା ଲୋକମାନେ ଏହି ନୂଆ ଭୂତାଣୁ ସଂକ୍ରମଣର ଶିକାର ହୋଇଛନ୍ତି । ଫଳରେ ଗତ ୨ ସପ୍ତାହ ମଧ୍ୟରେ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଯାତ୍ରୀଙ୍କୁ ସଂଗରୋଧରେ ରହିବାକୁ କୁହାଯାଇଛି ।

ବ୍ରିଟେନ ସମେତ ଦକ୍ଷିଣ ଆଫ୍ରିକାରେ ବି ଏହି ନୂଆ ଭୂତାଣୁ ଅଧିକ କ୍ଷତି ଘଟାଇଛି । ପୂର୍ବ ଭୂତାଣୁ ଅପେକ୍ଷା ଏହା ଅଧିକ ମାତ୍ରାରେ ଲୋକଙ୍କୁ ସଂକ୍ରମିତ କରୁଥିବା ବିଶେଷଜ୍ଞମାନେ ଅନୁମାନ କରିଛନ୍ତି ।

Leave a Reply