spot_img

Latest Posts

ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ଆସିଲା ମୋବାଇଲ ଆପ୍

ଭୁବନେଶ୍ୱର: ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଆସିଲା ମୋବାଇଲ ଆପ୍। ଏମ. ଏସ ସ୍ଵାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ସହଯୋଗରେ ଓଡ଼ିଶା ସରକାର ଏହି ଆପ୍‌ ବିକଶିତ କରିଛନ୍ତି। ମୋବାଇଲ ଆପ୍ଲିକେସନ ଫିସର ଫ୍ରେଣ୍ଡ ମୋବାଇଲ ଆପ୍ଲିକେସନ- ଫିସର ଫ୍ରେଣ୍ଡ୍ ମୋବାଇଲ୍ ଆପ୍ଲିକେସନ୍ (FFMA) ରଖାଯାଇଛି।

ଏହା ମାଛଧରା ନିଷିଦ୍ଧାଞ୍ଚଳ ନେଇ ସତର୍କ ସୂଚନା ମଧ୍ୟ ପ୍ରଦାନ କରିବ। ଓଡ଼ିଶା ଉପକୂଳରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟାକୁ ସୁରକ୍ଷିତ କରିବାକୁ ଏହି ଆପ୍ ବ୍ୟବହାର ହେବ। ଏହି ଅଫଲାଇନ ମୋବାଇଲ ଆପ୍ଲିକେସନକୁ ମତ୍ସ୍ୟଜୀବୀ ବିନାମୂଲ୍ୟରେ ଡାଉନଲୋଡ କରି ମାଛଧରା ନିଷିଦ୍ଧାଞ୍ଚଳର ପରିସୀମା ସଂପର୍କରେ ଜାଣିପାରିବେ। ବିଶେଷ କରି ଏହି ମୋବାଇଲ ଆପ୍ଲିକେସନ ନିମନ୍ତେ ଇଣ୍ଟରନେଟର ଆବଶ୍ୟକତା ପଡିବନାହିଁ ବୋଲି ଜଣାପଡିଛି।

 

ତେବେ ସମୁଦ୍ର ମଧ୍ୟରେ ଅଫଲାଇନରେ ଏହା କାମ କରିବ ବୋଲି ଜଣାପଡିଛି। ଏହାଦ୍ଵାରା କଇଁଛଙ୍କ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟା ନିମନ୍ତେ ଉଦ୍ଦିଷ୍ଟ ମାଛଧରା ନିଷିଦ୍ଧାଞ୍ଚଳ ସମ୍ପର୍କରେ ମତ୍ସ୍ୟଜୀବୀଙ୍କୁ ସୂଚନା ମିଳିପାରିବ। ଏହା ବ୍ୟତୀତ ଏହି ମୋବାଇଲ ଆପ୍ଲିକେସନ ଦ୍ବାରା ପାଣିପାଗ ସମ୍ପର୍କିତ ଆଗୁଆ ସୂଚନା, ମାଛଧରା ସ୍ଥଳ ନିରୂପଣ, ସାମୁଦ୍ରିକ ଅବସ୍ଥିତି, ଆନ୍ତର୍ଜାତୀୟ ସାମୁଦ୍ରିକ ସୀମାରେଖା ସତର୍କତା ଏବଂ ଜାତୀୟ ସାମୁଦ୍ରିକ ସୂଚନା କେନ୍ଦ୍ର-INCOIS ଦ୍ବାରା ପ୍ରସାରିତ ଅନ୍ୟ ବିପର୍ଯ୍ୟୟ ସୂଚନା ମଧ୍ୟ ଉପଲବ୍ଧ ହେବ।

ବିଶେଷକରି ଏହି ଆପ୍‌ ଦ୍ବାରା ସମୁଦ୍ର ମଧ୍ୟରେ ମତ୍ସ୍ୟଜୀବୀମାନଙ୍କ ନିରାପତ୍ତା ଓ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯାଇପାରିବ।

Latest Posts

Don't Miss