ଆପଣଙ୍କର ଫୋନ ନେଟଓ୍ୱର୍କରେ ଆପଣ ଅସନ୍ତୁଷ୍ଟ କି ? ଦୁଇଦିନରେ ବଦଳାନ୍ତୁ ଅପରେଟର

1 min read

ଆପଣ କେଉଁ ମୋବାଇଲ୍ ଅପରେଟର ସିମ୍ ବ୍ୟବହାର କରୁଛନ୍ତି ? ରିଲାୟନ୍ସ ଜିଓ, ଆଇଡିଆ, ଏୟାରଟେଲ, ଭୋଡ଼ାଫୋନ୍ ନା ବିଏସ୍ଏନ୍ଏଲ୍ ।

ଆପଣ ଆପଣଙ୍କ ଅପରେଟର ଉପରେ ସନ୍ତୁଷ୍ଟ ତ ?

ଯଦି ନାଁ ତେବେ ମାତ୍ର ଦୁଇ ଦିନରେ ବଦଳିଯିବ ଆପଣଙ୍କ ଅପରେଟର ।

ଅପରେଟର କମ୍ପାନୀ ବଦଳାଇବାକୁ ଆପଣ ଆଉ ୭ ଦିନ ଅପେକ୍ଷା କରିବାକୁ ପଡିବ ନାହିଁ ।

କାରଣ ଏବେ ଟ୍ରାଇ ଆଣିଛି ନୂଆ ନିୟମ । ଯେଉଁ ନିୟମରେ ମାତ୍ର ଦୁଇ ଦିନ ମଧ୍ୟରେ ଆପଣ ଆପଣଙ୍କର ନମ୍ବର ପୋର୍ଟେବିଲିଟି କରିପାରିବେ । ଏହି ନୂଆ ନିୟମ ନଭେମ୍ବର ୧୧ ତାରିଖରୁ ଲାଗୁ ହେବାକୁ ଯାଉଛି ।

କିନ୍ତୁ ନଭେମ୍ବର ୪ରୁ ୧୦ ତାରିଖ ମଧ୍ୟରେ ଆପଣ କୌଣସି ପ୍ରକାରେ ବି ସିମ୍‌ କାର୍ଡ ପୋର୍ଟେବିଲିଟି ପାଇଁ ଆବେଦନ କରିପାରିବେ ନାହିଁ । ଯଦବି ଆପଣ ଆବେଦନ କରୁଛନ୍ତି ତେବେ ଉପଭୋକ୍ତାଙ୍କୁ କୌଣସି ଉତ୍ତର ମିଳିପାରିବ ନାହିଁ । ଏହି ୭ ଦିନ ମଧ୍ୟରେ ପୋର୍ଟ ଆଉଟର ନୂଆ ନିୟମ ପାଇଁ ଟ୍ରାଇ ଏହି ଆବେଦନକୁ ବନ୍ଦ କରିବ । ଯେଉଁ ସମୟ ମଧ୍ୟରେ ପୋର୍ଟ ପାଇଁ ଆବେଦନ କରିଥିବା ଉପଭୋକ୍ତା ଏହି ସେବା ପାଇପାରିବେ ନାହିଁ। ୨୦୧୯ ନଭେମ୍ବର ୧୧ ମଧ୍ୟ ରାତ୍ରିରୁ ଏହି ନୂଆ ସେବା ଆରମ୍ଭ ହେବ ।

ଏବେ ପୋର୍ଟ କରିବାକୁ ଚାହୁଁଥିବା ବ୍ୟକ୍ତି ୟୁନିକ୍ ପୋର୍ଟିଂ କୋର୍ଡ ସେବା ମାଧ୍ୟମରେ ୨୦୧୯ ନଭେମ୍ବର ୪ ସନ୍ଧ୍ୟା ୫ଟା ୫୯ ମିନିଟ୍ ପର୍ଯ୍ୟନ୍ତ ଆପଣ ପସନ୍ଦ କରୁଥିବା ଅପରେଟରକୁ ପୋର୍ଟ ଅନୁରୋଧ କରିପାରିବେ । ସେମାନଙ୍କ ଅପରେଟର ନଭେମ୍ବର ୧୧ ତାରିଖରେ ବଦଳିଯିବ ।

ପୋର୍ଟ କରିବା ପାଇଁ ଆପଣଙ୍କୁ ୧୯୦୦ ନମ୍ବରରେ ପ୍ରଥମେ ଏକ ମେସେଜ୍‌ କରିବାକୁ ପଡ଼ିବ । ଏହି ମେସେଜ୍‌ ଦ୍ୱରା ଆପଣଙ୍କର ଏକ ଆଲ୍ଫାନ୍ୟୁମେରିକ କୋର୍ଡ କ୍ରିଏଟ୍‌ ହେବ । ଯାହା ଅପରେଟର ବଦଳେଇବାରେ ଆପଣଙ୍କୁ ସାହାଯ୍ୟ କରିଥାଏ ।

ଆପଣଙ୍କୁ ଖାଲି “PORT” ଲେଖି ୧୯୦୦ ନମ୍ବରରେ ମେସେଜ କରିବାକୁ ପଡିବା । ଆଉ ଦୁଇ ଦିନ ଭିତରେ ବଦଳିଯିବ ଆପଣଙ୍କର ଅପରେଟର । ')}

Leave a Reply