ବିବାହ ପାଇଁ ନୂଆ ନିୟମ, ଅତିଥିଙ୍କ କରୋନା ନେଗେଟିଭ ରିପୋର୍ଟ ଦେବା ବାଧ୍ୟତାମୂଳକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବିବାହ ପାଇଁ ନୂଆ ନିୟମ ଜାରି କଲେ ଜିଲ୍ଲାପାଳ । ବିବାହ କରୁଥିବା ବ୍ୟକ୍ତିଙ୍କ ସମ୍ପର୍କୀୟ ନେଗେଟିଭ ରିପୋର୍ଟ ଦେବା ବାଧ୍ୟତାମୂଳକ କରାଯାଇଛି । କୋଭିଡ ନେଗେଟିଭ ରିପୋର୍ଟ ନଦେଲେ ବାହାଘର ହୋଇପାରିବନି ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି । କୋଭିଡ ନେଗେଟିଭ ରିପୋର୍ଟ ନଦେଲେ ବାହାଘରକୁ ଜିଲ୍ଲା ପ୍ରଶାସନ ଅନୁମତି ଦେବନାହିଁ । ଗଞ୍ଜାମ ଜିଲ୍ଲାରେ କୋଭିଡ୍‌ ସ୍ଥିତି ନେଇ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ପୂର୍ବରୁ ବିବାହ ପାଇଁ ସମୁଦାୟ ୫୦ ଜଣ ଅତିଥି ଆସିପାରିବେ ବୋଲି ନିୟମ ଧାର୍ଯ୍ୟ କରିଥିଲେ ରାଜ୍ୟ ସରକାର । ଏହି ଗାଇଡଲଇନ ଆନୁଯାୟୀ ବିବାହର ୭୨ ଘଣ୍ଟା ପୂର୍ବରୁ ଅତିଥି ମାନଙ୍କ ତାଲିକା ଜିଲ୍ଲା ପ୍ରଶାସନ ପାଖରେ ପୈଠ କରିବା ବାଧ୍ୟତାମୂଶକ ଥିଲା । କେବେ ବର୍ତ୍ତମାନ ଅତିଥି ମାନଙ୍କର କୋଭିଡ ଟେଷ୍ଟ ରିପୋର୍ଟ ନେଗେଟିଭ ଥିଲେ ସେମାନେ ବିବାହରେ ଯୋଗ ଯେଇ ପାରିବେ ବୋଲି ଗଞ୍ଜାମ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

Leave a Reply