ଭୁବନେଶ୍ଵର ଜାଗମରାରେ ଖୋଲିଲା ‘ଲଣ୍ଡନ ବେରୀ’ର ପ୍ରଥମ ଆଉଟଲେଟ
1 min readଭୁବନେଶ୍ଵର : ଦେଶର ଗାର୍ମେଣ୍ଟ ସେକଟର ଅଗ୍ରଣୀ ତଥା ନାଁ କରା ବ୍ରାଣ୍ଡ ହେଉଛି “ଲଣ୍ଡନ ବେରୀ – Style For Life”। ଭୁବନେଶ୍ଵର ସ୍ଥିତ ଜାଗମରା ରୋଡରେ ଆଜି “ଲଣ୍ଡନ ବେରୀ” ର ଭୁବନେଶ୍ଵରରେ ପ୍ରଥମ ଆଉଟଲେଟ ଉଦଘାଟିତ ହୋଇଯାଇଛି। ହକି ଇଣ୍ଡିଆର ସଭାପତି ତଥା ଭାରତୀୟ ହକି ଟିମର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆଉଟଲେଟକୁ ଉଦଘାଟନ କରିଛନ୍ତି। । କମ୍ପାନୀ ପକ୍ଷରୁ ବର୍ତ୍ତମାନ ବିଭିନ୍ନ ପ୍ରକାର ଅଫର ସହିତ ଶୀତ ପୋଷାକ ଉପରେ ୭୦ ପ୍ରତିଶତ ରିହାତି ରହିଛି ।
ଲଣ୍ଡନ ଵେରି ବ୍ରାଣ୍ଡ ଶ୍ରୀ ବାଙ୍କେ ବିହାରୀ କ୍ଳଦିଂ ପ୍ରାଇଭେଟ୍ ଲିମିଟେଡ଼ କମ୍ପାନୀର ଦେଶର ବିଭିନ୍ନ ଅଞ୍ଚଳରେ ୧୭୦ଟି ଏକ୍ସକ୍ଲୁସିଭ ବ୍ରାଣ୍ଡ ଆଉଟଲେଟ୍ ଓ ୧୦୦ଟି ମଲ୍ଟି ବ୍ରାଣ୍ଡ ଆଉଟଲେଟ୍ ରହିଛି । ସବୁ ବର୍ଗର ଓ ସବୁ ପସନ୍ଦର ଗରାଖଙ୍କ ପାଇଁ ତାଙ୍କ ମନଲାଖି ବସ୍ତ୍ର ଯୋଗାଇବା ସହ ଓଡ଼ିଶାର ସବୁ ଜିଲ୍ଲାରେ ଅଧିକ ଆଉଟଲେଟ ଖୋଲିବା ଲକ୍ଷ୍ୟ ରଖିଥିବା କମ୍ପାନୀ ପ୍ରତିନିଧି ଯାଜପୁର ଫ୍ରାଞ୍ଚାଇଜ ପାର୍ଟନର ଶ୍ରଦ୍ଧାନନ୍ଦ ତ୍ରିପାଠୀ କହିଛନ୍ତି।