ଭୁବନେଶ୍ବରରେ ଉଦଘାଟିତ ହେବ ନୂଆ ଲେପ୍ରୋସି କୋଲନୀ

ଭୁବନେଶ୍ୱର : ସହରରେ ସ୍ବପ୍ନର ଫ୍ଲାଟ । ଝୁମ୍ପୁଡିରୁ ଚକାଚକ ଘର । ବସ୍ତି ହେଲାଣି ଅତୀତ ଏବେ ସ୍ବାଭିମାନ, ସମ୍ମାନ ଓ ଅଧିକାର ସହିତ ବଞ୍ଚିବାର ସମୟ । ଆଜି ଜାତୀୟ କୃଷ୍ଠ ନିରାକରଣ ଦିବସରେ ଲେପ୍ରୋସି କୋଲନୀକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୃଷ୍ଠରୋଗୀଙ୍କୁ ନୂଆ ବର୍ଷରେ ମିଳିବ ଖୁସିର ଚାବିକାଠି । ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସମସ୍ୟା ପାଣ୍ଠି ଅନୁଦାନରେ ପଳାସପଲ୍ଲୀରେ ଲିଙ୍ଗରାଜ କୃଷ୍ଠାଶ୍ରମ ଅନ୍ତେବାସୀଙ୍କ ପାଇଁ ନୂତନ ବାସ ଗୃହ ନିର୍ମାଣ ହୋଇଛି ।

ବିଏମସିର ୱାର୍ଡ ୫୩ ନମ୍ବର ଓ୍ବାର୍ଡ ଲେପର୍ସୀ କୋଲନୀରେ ରହୁଥିବା ୩୧ ପରିବାରଙ୍କୁ ମିଳିବ ପକ୍କା ଘର । ଏଥିପାଇଁ ୨ କୋଟି ୫ ଲକ୍ଷ ବ୍ୟୟ ଅଟକଳରେ ତିଆରି ହୋଇଛି ୩୧ଟି ରୁମ୍ । ଘର ଭିତରେ ଗୋଟିଏ ବେଡ ରୁମ ସହ ଡ୍ରଇଙ୍ଗ ସହିତ ଡାଇନିଙ୍ଗ, ବାଥ ରୁମ ସୁବିଧା ରହିଛି । ଘରର ଚଟାଣରୁ ଆରମ୍ଭ କରି ବାଥରୁମ ଓ ଟଏଲେଟ ସବୁଠି ଚକାଚକ ମାର୍ବଲ । ଗୋଟିଏ ଘରର ମୂଲ୍ଯ ରହିଛି ୬ ଲକ୍ଷ ୪୦ ହଜାର ଟଙ୍କା ।

ଅନ୍ତେବାସୀଙ୍କୁ ଏହା ମାଗଣରେ ହସ୍ତାନ୍ତର କରାଯିବ। ଏପରିକି କୋଲନୀରେ ଖୋଲା ଜାଗାରେ ପ୍ଲେସ ମେକିଙ୍ଗ ଜରିଆରେ ସୌନ୍ଦର୍ଯ୍ୟକରଣ କରାଯିବ। ଏହା ସହିତ ଓପନ ଜିମ ଓ ଛୋଟ ପିଲାଙ୍କ ଖେଳ ପାଇଁ ବି ପାଇଁ ଯନ୍ତ୍ରାଂଶ ଲାଗିବ। ଆଗାମୀ ଦିନରେ ଆହୁରି ୬ଟି ସ୍ଥାନରେ ଏପରି ପକ୍କା ଘର ନିର୍ମାଣ କରାଯିବ । ଏଥିପାଇଁ ଜାଗା ଚିହ୍ନଟ ହୋଇଛି । ସେପଟେ ପକ୍କା ଘର କାମ ଶେଷ ହୋଇଥିବା ବେଳେ ଅନ୍ତେବାସୀମାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି