‘ମନ କି ବାତ୍’ରେ ଚାଷୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ନୂଆ ଆଇନ୍‌ ସୁହାଇବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ୍’ କାର୍ଯ୍ୟକ୍ରମରେ କହିଲେ ଚାଷୀଙ୍କ କଥା । ଚାଷୀଙ୍କୁ ସମ୍ବୋଧିତ କରି କୃଷୀ ଆଇନ ସମ୍ପର୍କରେ ନିଜର ମତ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି, ଏହି ଆଇନ ଦ୍ୱାରା କୃଷକଙ୍କ ସମସ୍ତ ସମସ୍ୟା ଦୂର ହୋଇ ପାରିବ । କୃଷକଙ୍କ ପାଇଁ ଅନେକ ରାସ୍ତା ଖୋଲିବ । ଅନେକ ବିଚାରବିମର୍ଶ ପରେ ଏହି ଆଇନକୁ ଅଣାଯାଇଛି । ଖାଲି ସେତିକି ନୁହେଁ ଏହି ନୂଆ କୃଷି ଆଇନ୍‌ ଦ୍ୱାରା କୃଷକଙ୍କୁ ତାଙ୍କ ହକ୍‌ର ଅର୍ଥ ୩ ଦିନ ମଧ୍ୟରେ ମିଳି ପାରିବ । ହକ୍‌ ପାଇଁ କୃଷକଙ୍କୁ ଅଧିକ ଅପେକ୍ଷା କରିବାକୁ ପଡ଼ିବ ନାହିଁ ।

ମୋଦି ଆହୁରି କହିଛନ୍ତି କରୋନା ମହାମାରୀ ସହ ସାରା ବିଶ୍ୱ ଯୁଦ୍ଧ କରୁଛି । ଏଥିରୁ ମୁକ୍ତି ପାଇବା ପାଇଁ ଏହାର ଟିକା ପ୍ରସ୍ତୁତିରେ ସାରା ବିଶ୍ୱର ବୈଜ୍ଞାନିକମାନେ ଦିନରାତି ଏକ କରିଦେଇଛନ୍ତି । କିଛି ଦେଶରେ ପ୍ରସ୍ତୁତି ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା କଥା ମଧ୍ୟ ଜଣାପଡ଼ିଛି । ଭାରତରେ ମଧ୍ୟ ଏହାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ରହିଛି ବୋଲି ‘ମନ୍‌ କି ବାତ୍‌’ରେ କହିଛନ୍ତି ମୋଦି ।

ଏହି ଅବସରରେ କାନାଡା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦି । କାନାଡା ସରକାରଙ୍କ ସହଯୋଗ କାରଣରୁ ଶହେ ବର୍ଷର ମାତା ଅର୍ଣ୍ଣପୂର୍ଣ୍ଣାଙ୍କ ମୁର୍ତ୍ତି ଭାରତ ଫେରି ପାଇଛି । ଏହି ମୁର୍ତ୍ତିକୁ ୧୯୧୩ରେ ଭାରତରୁ ଚୋରି କରି ନିଆଯାଇଥିଲା । ଅନ୍ୟପଟେ ସୋମବାର ପୂରା ଦେଶ ଗୁରୁ ନାନକଦେବଙ୍କ ୫୫୧ ତମ ପ୍ରକାଶ ପର୍ବ ପାଳନ କରିବାକୁ ଯାଉଛି । ୨୦୦୧ ଭୂମିକମ୍ପ ଯୋଗୁଁ କଛ ଲଖପତ୍ ଗୁରୁଦ୍ୱାରା ସେହିବ ଭାଙ୍ଗି ଯାଇଥିଲା । କିନ୍ତୁ ଗୁରୁଙ୍କ କୃପାରୁ ଏହାକୁ ପୁନଃ ନିର୍ମାଣ କରାଯାଇ ପାରିଛି । ଏହି ଅବସରେ ଶ୍ରୀଅରବିନ୍ଦଙ୍କୁ ମନେ ପକାଇଥିଲେ ମୋଦି । ଡିସେମ୍ବର ୫ରେ ଶ୍ରୀଅରବିନ୍ଦଙ୍କ ପୂଣ୍ୟତିଥି ।

Leave a Reply