spot_img

Latest Posts

JNUରେ କଡାକଡି ହେଲା ନିୟମ, ଧାରଣା ଦେଲେ ୨୦ହଜାର ଜୋରିମାନା

ନୂଆଦିଲ୍ଲୀ: ଦିଲ୍ଲୀ ଜବାହାରଲାଲ ନେହରୁ ବିଶ୍ବବିଦ୍ୟାଳୟରେ କଡାକଡି ହେଲା ନିୟମ। ଯଦି କୌଣସି ଛାତ୍ରଛାତ୍ରୀ ଧାରଣା ଦିଅନ୍ତି ତେବେ ତାଙ୍କ ଉପରେ ଧାର୍ଯ୍ୟ ହେବ ୨୦ ହଜାର ଟଙ୍କା ଜୋରିମାନା। ଆଉ ଯଦି କେହି ଛାତ୍ର ହିଂସାକାଣ୍ଡରେ ଲିପ୍ତ ରୁହନ୍ତି ତେବେ ତାଙ୍କର ଆଡମିସନ ରଦ୍ଦ କରାଯିବ କିମ୍ବା ୩୦ ହଜାର ଟଙ୍କା ଜୋରିମାନା ଲାଗୁ ହେବ ବୋଲି ନୂଆ ନିୟମ କରାଯାଇଛି ।

ଧାରଣା, ପ୍ରତିବାଦ, ଜାଲିଆତି ଆଦି କ୍ଷେତ୍ରରେ କଡା ନିୟମ ଲାଗୁ ହୋଇଥିବାବେଳେ ତଦନ୍ତ ନିୟମାବଳୀ ଜାରି କରାଯାଇଛି। ୧୦ପୃଷ୍ଠା ସମ୍ବଳିତ ଶୃଙ୍ଖଳାଗତ ନିୟମକୁ ସବୁସ୍ତରରେ କାର୍ଯ୍ୟକାରୀ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ନୂଆ ନିୟମ ଫେବ୍ରୁଆରୀ ୩ ରୁ କାର୍ଯ୍ୟକାରୀ ହେବ। ବିବିସି ଡକ୍ୟୁମେଣ୍ଟାରୀକୁ ବିଶ୍ବବିଦ୍ୟାଳୟରେ ହିଂସା ଓ ଆନ୍ଦୋଳନ ପରିପ୍ରେକ୍ଷୀରେ କଡା ପଦକ୍ଷେପ ନେଇଛନ୍ତି କର୍ତ୍ତୃପକ୍ଷ।

Latest Posts

Don't Miss