ନନ୍ଦିଘୋଷ ଟିଭିର ପ୍ରଭାବ: ସରପଞ୍ଚ ପ୍ରାର୍ଥୀ ଟଙ୍କା ବାଣ୍ଟିବା ଘଟଣାର ହେବ ପୁନଃ ତଦନ୍ତ

ବଲାଙ୍ଗୀର: ନନ୍ଦିଘୋଷ ଟିଭିର ପ୍ରଭାବ । ବଲାଙ୍ଗୀର ବଙ୍ଗୋମୁଣ୍ଡା ବ୍ଳକ ଠେମେରା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀ ଲକ୍ଷ୍ମୀକାନ୍ତ ବାଗ ଟଙ୍କା ବାଣ୍ଟିବା ଘଟଣାର ହେବ ପୁନଃତଦନ୍ତ । ତଦନ୍ତ ଦାୟିତ୍ୱରୁ ବାଦ ପଡିଲେ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀ । ତାଙ୍କ ସ୍ଥାନରେ ଟିଟିଲାଗଡ଼ ଉପ ଜିଲ୍ଲାପାଳ ମନୋଜ ମହାଜନଙ୍କୁ ପୁନଃତଦନ୍ତ ଦାୟିତ୍ବ ଦିଆଯାଇଛି । ତଦନ୍ତରେ ସ୍ଵଚ୍ଛତା ନେଇ ଅଭିଯୋଗ ପରେ ବାଦ ପଡିଛନ୍ତି ବଙ୍ଗୋମୁଣ୍ଡା ତହସିଲଦାର ଗୁଣମନୀ ସୁନାନୀ  । ସେପଟେ ତଦନ୍ତ ଦାୟିତ୍ବ ପାଇବା ପରେ ପୋଲିସ ଉପସ୍ଥିତିରେ ଅଭିଯୋଗକାରୀ ଓ ଅନ୍ୟ ସରପଞ୍ଚ ପ୍ରାର୍ଥୀଙ୍କ ବୟାନ୍ ରେକର୍ଡ କରିଛନ୍ତି ଟିଟଲାଗଡ଼ ଉପ ଜିଲ୍ଲାପାଳ ।

ବରକାନୀ ଗାଁକୁ ନିର୍ବାଚନ ପ୍ରଚାରରେ ଯାଇ ସରପଞ୍ଚ ପ୍ରାର୍ଥୀ ଲକ୍ଷ୍ମୀକାନ୍ତ ଖୁଲମଖୁଲା ଟଙ୍କା ବାଣ୍ଟିଥିବା ଭିଜୁଆଲ ଭାଇରାଲ ହୋଇଥିଲା । ମାତ୍ର ତଦନ୍ତ ଦାୟିତ୍ବରେ ଥିବା ବଙ୍ଗୋମୁଣ୍ଡା ତହସିଲଦାର ଏକପାକ୍ଷିଆ ତଦନ୍ତ କରି ମିଡିଆ ଆଗରେ ଦେଇଥିଲେ ଭୁଲ ତଥ୍ୟ । ଘଟଣାଟି ଲକ୍ଷ୍ମୀପୂଜା ବେଳର କହି ଲକ୍ଷ୍ମୀକାନ୍ତଙ୍କୁ ଦେଇଥିଲେ କ୍ଲିନ୍ ଚି୍ଟ । ଏନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ସ୍ବର ବଦଲାଇଥିଲେ ତହସିଲଦାର । ଏପରକି ଏକପାକ୍ଷିଆ ତଦନ୍ତ ନେଇ ଜିଲ୍ଲାପାଳଙ୍କ ଫେରାଦ ମଧ୍ୟ ହୋଇଥିଲେ ଗ୍ରାମବାସୀ । ସେପଟେ ପୂର୍ବରୁ ମଧ୍ୟ ଲକ୍ଷ୍ମୀକାନ୍ତ ପିସି କାରବାରରେ ସଂପକ୍ତି ଥିବା ଅଭିଯୋଗ ହୋଇଥିଲା । ଯାହାର ପ୍ରଶାସନିକ ତଦନ୍ତ ଜାରି ରହିଛି ।

Leave a Reply