spot_img

Latest Posts

DRDOରୁ ତଥ୍ୟ ଲିକ୍ ଘଟଣାରେ ଆସିଲା ନୂଆ ତଥ୍ୟ, OTP ମାଧ୍ୟମରେ ଅଭିଯୁକ୍ତର ମୋବାଇ ହ୍ୟାକ୍‌ କରି ବ୍ୟବହାର କରୁଥିଲା

ଭୁବନେଶ୍ୱର: ଚାନ୍ଦିପୁର DRDOରୁ ତଥ୍ୟ ଲିକ୍ ଘଟଣା। ଖୋଲୁଛି ଗୋଟିଏ ପରେ ଗୋଟିଏ ରହସ୍ୟମୟୀ ମହିଳାଙ୍କ ରହସ୍ୟ। ରହସ୍ୟମୟୀ ସୁନ୍ଦରୀଙ୍କ ବାବଦରେ  ନୂଆ ଖୁଲାସା କଲା କ୍ରାଇମବ୍ରାଞ୍ଚ। ଜଣେ ଅଭିଯୁକ୍ତର ମୋବାଇଲ ହ୍ୟାକ କରିଥିଲେ ରହସ୍ୟମୟୀ। ଓଟିପି ମାଧ୍ୟମରେ କିଛି ମାସ ଧରି ମୋବାଇଲ ହ୍ୟାକ କରି ରଖିଥିବା ଜଣାପଡିଛି।

ଅନ୍ୟପଟେ ମହିଳାଙ୍କ ସହ କଥା ହେବାକୁ ଅଭିଯୁକ୍ତ କିଣିଥିଲେ ନୂଆ ସିମ୍। ଏବେ ଅଭିଯୁକ୍ତର ମୋବାଇଲ ଲିଙ୍କର ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ। ବିଦେଶରେର ଥାଇ ହନିଟ୍ରାପ୍ ଜାଲ ବିଛାଇଥିଲେ ମହିଳା ଜଣକ। ଓଟିପି ମାଧ୍ୟମରେ ମୋବାଇଲ ହ୍ୟାକ୍‌ ପରେ ଅଭିଯୁକ୍ତଙ୍କ କଣ୍ଟାକ୍ଟ ଲିଷ୍ଟରୁ ଅନ୍ୟ ମାନଙ୍କ ସହ ଯୋଗଯୋଗ କରିଥିବା ସନ୍ଦେହ କରାଯାଉଛି।

କିିଛିଦିନ ପୂର୍ବରୁ ୨ ଜଣ ଅଭିଯୁକ୍ତଙ୍କୁ ସନ୍ଦିଗ୍ଧ ମହିଳା ଭିଡିଓ କଲ୍ କରିଥିବା ଜେରା ବେଳେ ଜାଣିବାକୁ ପାଇଥିଲା କ୍ରାଇମବ୍ରାଞ୍ଚ। ଖାଲି ସେତିକି ନୁହେଁ ମହିଳା ଜଣଙ୍କ ହିନ୍ଦୀରେ କଥା ହେଉଥିଲେ ଏବଂ ୨ ଅଭିଯୁକ୍ତଙ୍କୁ ବିବାହ ପ୍ରସ୍ତାବ ମଧ୍ୟ ଦେଇଥିଲେ। ସେହିଭଳି ଜଣେ ଅଭିଯୁକ୍ତଙ୍କ ଚାନ୍ଦିପୁର ଘରକୁ ଆସିବାକୁ ପ୍ରସ୍ତାବ ଦେଇଥିଲେ ସନ୍ଦିଗ୍ଧ ମହିଳା। ଦୁବାଇରୁ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି। ଆକାଉଣ୍ଟ ତଥ୍ୟ ସହ ମହିଳା ଜଣଙ୍କର ପ୍ରକୃତ ପରିଚୟ, କେଉଁଠାରେ ଅଛନ୍ତି ଜାଣିବାକୁ କ୍ରାଇମବ୍ରାଞ୍ଚ ପ୍ରୟାସ କରୁଛି।

 

Latest Posts

Don't Miss