ୟୁପିରେ ଇତିହାସ ରଚିବ ବିଜେପି, ୩୭ ବର୍ଷ ପରେ ପ୍ରଥମ ଥର ପାଇଁ ବହୁମତ ସହ ଦ୍ୱିତୀୟ ଥର ସରକାର

1 min read

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଇତିହାସ ରଚିଲା ଭାରତୀୟ ଜନତା ପାର୍ଟି । ୩୭ ବର୍ଷ ପରେ ପ୍ରଥମ ପାଇଁ ବହୁମତ ସହ ଦ୍ୱିତୀୟ ଥର ସରକାର ଗଢ଼ିବାକୁ ଯାଉଛି ବିଜେପି । ୟୁପିରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ ଯୋଗୀ ଆଦିତ୍ୟନାଥ । ୨୦୧୭ ପରେ ୨୦୨୨ରେ ଭାରତୀୟ ଜନତା ପାର୍ଟି ପୁଣି ଥରେ ପୂର୍ଣ୍ଣ ବହୁମତ ସହ ସରକାର ଗଢ଼ବାକୁ ଯାଉଛି ।ଏହା ପୂର୍ବରୁ ୩୭ ବର୍ଷ ପୂର୍ବେ କୌଣସି ରାଜନୈତିକ ଦଳ ଲଗାତର ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିଥିଲେ । ୧୯୮୦ ଓ ୧୯୮୫ରେ ଏପରି ହୋଇଥିଲା ଯେତେବେଳେ କୌଣସି ସରକାର ପୂର୍ଣ୍ଣ ବହୁମତ ସହ ସରକାର ଗଢ଼ିଥିଲେ । ୧୯୮୦ରେ କଂଗ୍ରେସ ୩୦୯ ଆସନରେ ବିଜୟ ଲାଭ କରି ସରକାର ଗଢ଼ିଥିବାବେଳେ ୧୯୮୫ରେ ୨୬୯ ଆସନରେ ବିଜୟ ଲାଭ କରି ସରକାର ଗଢ଼ିଥିଲା ।

ସୂଚନା ଅନୁସାରେ ଆଜି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଉଛି । ଯଦି ଉତ୍ତରପ୍ରଦେଶ କଥା କହିବା ତାହାଲେ ବର୍ତ୍ତମାନ ସୁଦ୍ଧା ଉତ୍ତରପ୍ରଦେଶ ୪୦୩ ଆସନର ପ୍ରାରମ୍ଭିକ ଟ୍ରେଣ୍ଡ ସାମ୍ନାକୁ ଆସିଛି । ଏହି ୪୦୩ ଆସନରେ ଆସିଥିବା ପ୍ରାରମ୍ଭିକ ଟ୍ରେଣ୍ଡ ପ୍ରଚଣ୍ଡ ବିଜୟ ହାସଲ କରୁଛି ଭାରତୀୟ ଜନତା ପାର୍ଟି । ୪୦୩ ଆସନରୁ ୨୭୩ ଆସନରେ ଆଗରେ ରହିଛି ବିଜେପି । ସେହପରି ୧୨୧ଟି ଆସନରେ ସମାଜବାଦୀ ପାର୍ଟି, ୩ଟି ଆସନରେ ବିଏସପି, ୩ଟି ଆସନରେ କଂଗ୍ରେସ ଓ ଗୋଟିଏ ଆସନରେ ଅନ୍ୟାନ ଦଳ ଆଗରେ ରହିଛି ।