ଭୁବନେଶ୍ୱର ପାଇଁ ଆସିଲା ନୂଆ ଗାଇଡଲାଇନ, ବିବାହ ପାଇଁ ସର୍ବାଧିକ ୧୦୦ ଏବଂ ଶୁଦ୍ଧି କ୍ରିୟାରେ ୫୦ ଜଣଙ୍କୁ ଅନୁମତି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ଆଗକୁ ବଢ଼ିବା ନେଇ ଆଶଙ୍କା କରାଯାଉଛି । କାରଣ ଏମିତି କିଛି ଦେଶ ରହିଛି ଯେଉଁଠାରେ କରୋନା ସଂକ୍ରମଣରେ ଦ୍ୱିତୀୟ ତରଙ୍ଗ ଆରମ୍ବ ହୋଇଛି । ଏବଂ ଏହି ଦ୍ୱିତୀୟ ତରଙ୍ଗକୁ ସାମ୍ନା କରିବା ପାଇଁ ଲୋକଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି । ଆଗକୁ ବିବାହ ଋତୁ ସେପଟେ କରୋନା ସଂକ୍ରମଣର ଦ୍ୱିତୀୟ ଲହାରୀକୁ ନେଇ ଚିନ୍ତା । ଏଣୁ ବିବାହ, ଶୁଦ୍ଧି କ୍ରିୟା ଓ ଶବ ସଂସ୍କାର ପାଇଁ ବିଏମସି ଜାରି କଲା ସ୍ୱତନ୍ତ୍ର ଗାଇଡ ଲାଇନ । ସମ୍ଭାବ୍ୟ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ନେଇ ବିଏମସି ଗାଇଡ ଲାଇନ ଜାରି କରିଛି । ରାଜଧାନୀରେ ବିବାହ ପାଇଁ ସର୍ବାଧିକ ୧୦୦ ଏବଂ ଶୁଦ୍ଧି କ୍ରିୟାରେ ୫୦ ଜଣଙ୍କୁ ଅନୁମତି ।

କୋଭିଡ କଟକଣା ନେଇ ଆୟୋଜକ ସମସ୍ତ ବ୍ୟବସ୍ଥା କରିବେ । ସ୍ଥାନୀୟ ଥାନା ଓ ବିଏମସିର ଅନୁମତି ଜରୁରୀ । ବିନା ପ୍ରୋସେସନରେ ହେବ ବାହାଘର । ଲକ୍ଷଣ ଥିଲେ ଉଭୟ ଉତ୍ସବକୁ ମନା । ଏହାସହ ଗର୍ଭବତୀ, ବୟସ୍କ, ୧୦ ବର୍ଷରୁ କମ୍ ଶିଶୁଙ୍କୁ ବାରଣ । ପ୍ରବେଶ କଲା ପୂର୍ବରୁ ଥର୍ମାଲ ସ୍କ୍ରିନିଂ, ମାସ୍କ ଓ ୬ଫୁଟର ଦୂରତା ବାଧ୍ୟତାମୂଳକ । ଭିତରେ ପାନ ଓ ଗୁଟଖା ଖାଇବା ମନା । ଆସନ୍ତା ୨୫ ତାରିଖରୁ ଏହି ସମସ୍ତ କଟକଣା ଲାଗୁ ହେବ ।

Leave a Reply