କରୋନା ପାଇଁ କଠୋର ହେଲେ ରାଜ୍ୟ ସରକାର… ଜାରି କଲେ ନୂଆ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର: କରୋନା ସ୍ଥିତିରେ କୌଣସି ପରିବର୍ତ୍ତନ ଦେଖାଦେଇନାହିଁ । ବରଂ ଦିନକୁ ଦିନ ଏହା କରୋନା କହର ବଢିଚାଲିଛି । ତେବେ ଗତ କାଲି ଅନଲକ୍ ୧.୦ ଆରମ୍ଭ ହୋଇଛି ସତ କିନ୍ତୁ କରୋନା ପାଇଁ କଠୋର ହେଲେ ରାଜ୍ୟ ସରକାର । ସପ୍ତାହକୁ ଦୁଇ ଦିନ ୧୧ଟି ସର୍ବାଧିକ ପ୍ରଭାବିତ ଜିଲ୍ଲାରେ ସଟ୍‌ଡାଉନ ହେବ । ଗତକାଲିଠୁ ରାଜ୍ୟରେ ଜାରି ହୋଇଛି ଏହି ନୂଆ ନିୟମ। ରାଜ୍ୟର ଉପକୂଳବର୍ତ୍ତୀ ୧୦ ଜିଲ୍ଲା ଖୋର୍ଦ୍ଧା, ପୁରୀ, କଟକ, ଗଂଜାମ, ଯାଜପୁର, ବାଲେଶ୍ୱର, କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର, ନୟାଗଡ ସହ ପଶ୍ଚିମରେ ବଲାଙ୍ଗିରରେ ବଢୁଛି ସଂକ୍ରମଣ । ତେଣୁ ପ୍ରତି ଶନିବାର ଓ ରବିବାର ସମ୍ପୁର୍ଣ୍ଣ ସଟ୍‌ଡାଉନ୍‌ ରହିବ ୧୧ ଜିଲ୍ଲା ।

ଏକା ଥରକେ ୧୨୯ ପଜିଟିଭ୍‌ ଚିହ୍ନଟ..

କେବଳ ମେଡିକାଲ, ପୋଲିସ, ଅଗ୍ନିଶମ ସେବା, ପାନୀୟ ଜଳଯୋଗାଣ ଭଳି ଅତ୍ୟାବଶ୍ୟକ ସେବା ଏବଂ ଗଣମାଧ୍ୟମକୁ ବାଦ ଦେଲେ ଅନ୍ୟ ସବୁ ଅଫିସ ଏପରିକି ହାଟ ଓ ଗ୍ରାସରୀ ଦୋକାନ ମଧ୍ୟ ବନ୍ଦ ରହିବ । ଏହିସମୟ ମଧ୍ୟରେ ପୋଲିସ କଡାକଡି ଚେକିଂ କରିବ । ସେହିଭଳି ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଏଣିକି ୨୦୦ ବଦଳରେ ପ୍ରଥମ ତିନିଟି ଅପରାଧ ପାଇଁ ୫୦୦ ଟଙ୍କା ଫାଇନ ହେବ । ମାସ୍କ ନପିନ୍ଧିଲେ ବି ୫୦୦ ଟଙ୍କା ଫାଇନ ଗ୍ରହଣ କରାଯିବ । ପ୍ରଥମ ତିନିଟି ଅପରାଧ ପରେ ହଜାରେ ଟଙ୍କା ଫାଇନ ଆଦାୟ ହେବ । ଲକଡାଉନ ସମୟରେ ଅନ୍ତେଷ୍ଟିକ୍ରିୟାରେ ୨୦ ଜଣ ଏବଂ ବାହାଘର ପାଇଁ ୫୦ ଜଣଙ୍କୁ ଅନୁମତି ଦିଆଯାଇଛି । ନିୟମର ପାଳନ ନକଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛନ୍ତି ପୋଲିସ ଡିଜି ।

Leave a Reply