ନାକ ତଳକୁ ମାସ୍କ ଖସିଲେ ବିମାନବନ୍ଦରରୁ ତଡ଼ା ଖାଇବେ

ନୂଆଦିଲ୍ଲୀ: ବିମାନ ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ  । ମାସ୍କ ନପିନ୍ଧିଲେ ହୋଇପାରେ ଘର ୱାପ୍‌ସୀ  । ଗାଇଡ୍‌ଲାଇନ ଜାରିକଲା ଡାଇରେକ୍ଟର ଜେନେରାଲ ଅଫ ସିଭିଲ ଏଭିଏସନ ବା ଡିଜିସିଏ  । ବିମାନରେ ଯାତ୍ରା ସମୟରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ମାନିବାକୁ ଆବଶ୍ୟକ । ନହେଲେ ବିମାନରେ ଯାତ୍ରା କରିପାରିବେ ନାହିଁ  ।

ଦେଶରେ ବିଭିନ୍ନ ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ଏଭଳି ଏକ ନିର୍ଦ୍ଦେଶ ଦେଇଛି ଡିଜିସିଏ । ବିମାନରେ ଯାତ୍ରା ସମୟରେ ମାସ୍କ ପିନ୍ଧିବା ଏବେ ବାଧ୍ୟତାମୂଳକ ହୋଇଯାଇଛି । କେବଳ ସେତିକି ନୁହେଁ ନାକ ତଳକୁ ମାସ୍କ ପିନ୍ଧିଲେ ମଧ୍ୟ ଗାଇଡଲାଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ତେବେ ବିମାନବନ୍ଦରରେ ମୁତୟନ ପୋଲିସ କର୍ମଚାରୀ ଓ ସିଆଇଏସ୍‌ଏଫ ଯବାନ ଏସବୁ କଟକଣା ପାଳନ ହେଉଛି ନା ନାହିଁ ତାହା ଅନୁଧ୍ୟାନ କରିବେ । ଯଦି କେହି ନିୟମ ପାଳନ କରୁନଥାନ୍ତି, ତେବେ ତାଙ୍କୁ ତୁରନ୍ତ ବିମାନବନ୍ଦରରୁ ବାହାରକୁ ପଠାଇବା ବ୍ୟବସ୍ଥା ମଧ୍ୟ କରାଯାଇଛି ।

Leave a Reply