ପଛ ଲୋକ ଯଦି ହେଲମେଟ ନ ପିନ୍ଧନ୍ତି ତେବେ ଗାଡିଚାଳକ ହିଁ ଦେବେ ଫାଇନ୍

ଭୁବନେଶ୍ୱର: ଆଜିଠୁ ଡବଲ ହେଲମେଟ୍ ବାଧ୍ୟତାମୂଳକ । କେବଳ ଚାଳକ ନୁହଁନ୍ତି ବାଇକ୍ ପଛରେ ବସୁଥିବା ଲୋକ ହେଲମେଟ୍ ପିନ୍ଧିବା ମଧ୍ୟ  ବାଧ୍ୟତାମୂଳକ କରାଯାଇଛି । ହେଲମେଟ୍ ନ ପିନ୍ଧିଲେ ଗାଡିଚାଳକଙ୍କୁ ଫାଇନ୍ ଦେବାକୁ ପଡିବ  । ସେହିଭଳି ଡି.ଏଲ ବି ବାତିଲ ହେବ  । ଦୁର୍ଘଟଣା କମାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି  ।

ପୂର୍ବରୁ କେବଳ ଗାଡି ଚାଳକଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ ଥିବାବେଳେ ଆଜିଠୁ ଡବଲ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । କେବଳ ହେଲମେଟ ଚେକିଂ ନୁହେଁ, ମଦ୍ୟପାନ କରି ଗାଡି ଚଳାଇବା, ଦ୍ରୁତଗତିରେ ଗାଡି ଚଳାଇବା ଓ ବିନା ଇନସୁରାନ୍ସ ଓ ପଲ୍ୟୁସନ ପ୍ରମାଣପତ୍ର ବିନା ଗାଡି ଚଳାଇବା ଲୋକଙ୍କୁ ଆଉ ନିସ୍ତାର ନାହିଁ ।

ତେବେ ପଛରେ ବସିଥିବା ଲୋକଟି ଯଦି ହେଲମେଟ ନ ପିନ୍ଧନ୍ତି ତେବେ ଗାଡ଼ି ଚାଳକଙ୍କୁ ହିଁ ଏଥିପାଇଁ ଫାଇନ ଦେବାକୁ ହେବ । ଏ ସବୁ ଚେକିଂକୁ କଡାକଡି କରିବା ପାଇଁ ପରିବହନ ବିଭାଗ ପୋଲିସକୁ ନିର୍ଦ୍ଦେଶ ଦେଇଛି । ତେବେ ଲର୍ନର ଲାଇସେନ୍ସ ଥିବା ବ୍ୟକ୍ତିଙ୍କ ଡିଏଲ  ମିଳିନଥିବାରୁ, ସେମାନଙ୍କ ପାଇଁ ଏହି ନିୟମକୁ ମାର୍ଚ୍ଚ ୩୧ପର୍ଯ୍ୟନ୍ତ କୋହଳ କରାଯାଇଛି ।

Leave a Reply