ଡିସେମ୍ବର ସୁଦ୍ଧା ନନ୍ଦନକାନନ ଆସିବ ନୂଆ ଅତିଥି ଧଳା ସିଂହ

ଭୁବନେଶ୍ବର: ନନ୍ଦନକାନନରେ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ବିଦେଶରୁ ନନ୍ଦନକାନନକୁ ଆସିବେ ବିରଳ ଜୀବଜନ୍ତୁ । ଏନେଇ ଦୁବାଇ ସଫାରି ପାର୍କ ସହ ଚୁକ୍ତି ସ୍ବାକ୍ଷର ହୋଇଛି । କେନ୍ଦ୍ର ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ଅନୁମୋଦନକୁ ଅପେକ୍ଷା ରହିଛି ।
ନନ୍ଦନକାନନକୁ ବିରଳ ପ୍ରଜାତିର ଚିତା ବାଘ, ଧଳା ସିଂହ, କଙ୍ଗାରୁ ପ୍ରଜାତିର ପଶୁ ଲେମୁର ଆଦି ଅଣାଯିବ । ବିଭିନ୍ନ ଭାରତୀୟ ପ୍ରାଣୀ ଉଦ୍ୟାନରୁ ନନ୍ଦନକାନନର ଧଳା ବାଘ ଓ ଘଡିଆଳ କୁମ୍ଭୀର ଅଦଳ ବଦଳ ପ୍ରକ୍ରିୟାରେ ଆସାମ, ଆଇଜଲ ଓ ହାଇଦ୍ରାବାଦ ପ୍ରାଣୀ ଉଦ୍ୟାନ ସହିତ ଯୋଗାଯୋଗ ସରିଛି । ଏଠାରୁ ଏକ ଯୋଡା ଗଣ୍ଡା, ଓଲ ଗିବନ ଅଣାଯିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।