ଏଣିକି ଗାଁରେ ତିନି ତାଲା ଘର ପାଇଁ ନେବାକୁ ପଡ଼ିବ ଅନୁମତି
1 min readଭୁବନେଶ୍ୱର : ୫ ଶହ ବର୍ଗ ମିଟରରୁ ଅଧିକ । G+2 ବା ତିନି ମହଲାର ଘର । ୧ ଏକରରୁ ଅଧିକ ଜମିରେ ଲେ-ଆଉଟ୍ ପ୍ଲାନ୍ । ଗାଁରେ ଏଭଳି ଘର ନିର୍ମାଣ ପାଇଁ ଏବେ ଅନୁମତି ନେବାକୁ ପଡ଼ିବ । ପଞ୍ଚାୟତିରାଜ ବିଭାଗ ଏହି ନିୟମ ସ୍ଥିର କରିଛି । ଏଥିପାଇଁ ପଞ୍ଚାୟତ ସମିତିରେ ଆବେଦନ କରିବାକୁ ହେବ । ସେଠାରୁ ମଞ୍ଜୁରି ମିଳିବା ପରେ ଟାଉନ୍ ପ୍ଲାନିଂ ୟୁନିଟ୍କୁ ଯିବ ଫାଇଲ । ସେଠାରେ ବିଭିନ୍ନ ଦିଗକୁ ଦେଖି ଅନୁମତି ମିଳିବା ପରେ ଗାଁରେ ବିଲ୍ଡିଂ ନିର୍ମାଣ ହେବ ।
ବିନା ଅନୁମତିରେ ଘର କଲେ ପରେ ଜରିମାନା ଦେଇ ପ୍ଲାନିଂ ଆଣ୍ଡ ଷ୍ଟାଣ୍ଡାର୍ଡ ରେଗୁଲେସନ୍ ଦ୍ଵାରା ନିୟମିତ କରିବାକୁ ପଡ଼ିବ । ଏହି ଜରିମାନା, ବ୍ଲକ୍ ଅଫିସ୍ରେ ଜମା ହେବ। ସହର ପାଖ ଗାଁରେ ଗଢି ଉଠୁଥିବା ବଡ଼ବଡ଼ ସପିଙ୍ଗ୍ ମଲ୍ ଓ ଆପାର୍ଟମେଣ୍ଟ ପାଇଁ ଡ୍ରେନେଜ୍ ସମସ୍ୟା ବଢୁଛି । ରାସ୍ତାକଡ଼ ମଲ୍ ପାଇଁ ବଢୁଛି ଟ୍ରାଫିକ୍ ସମସ୍ୟା । ନୂଆ ନିୟମ ଦ୍ଵାରା ଗାଁରେ ବିଜୁଳି, ପାଣି ଓ ସଡ଼କ ସମସ୍ୟା ଦୂର ହେବ ବୋଲି ଟାଉନ୍ ପ୍ଲାନର୍ ମତ ଦେଇଛନ୍ତି ।…
ବିଭିନ୍ନ ଉନ୍ନୟନ ସଂସ୍ଥା, ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟ, ସ୍ୱତନ୍ତ୍ର ଯୋଜନା ପରିଷଦ ଅନ୍ତର୍ଭୃକ୍ତ ହେଉ ନଥିବା ସ୍ଥାନ ପାଇଁ ଏହି ନିୟମ ଲାଗୁ ହେବ । ଏ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ଗାଁ କି ସହର ପାଖରେ ବଡ଼ ବଡ଼ ମଲ ହୋଇଯାଉଛି। ଡ୍ରେନେଜ୍ ବ୍ୟବସ୍ଥା ରହୁନାହିଁ। ଏମିତି ହେଲେ ବ୍ୟବସ୍ଥା ସୁଧୁରିବ। ଦଣ୍ଡବିଧାନର ମଧ୍ୟ ବ୍ୟବସ୍ଥା ହୋଇପାରିବ । ')}