ଭୁବନେଶ୍ୱରରେ ଗଞ୍ଜାମ ଫର୍ମୁଲା, କରୋନା ସଂକ୍ରମଣରେ ଏବେ ଲାଗିବ ବ୍ରେକ୍‌

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ପୂର୍ବରୁ ଗଞ୍ଜାମରେ କରୋନା ପ୍ରତିଦିନ ରେକର୍ଡ଼ କରୁଥିଲା । ଏବେ ଗଞ୍ଜାମର ସ୍ଥିତି ସୁଧୁରିବାରେ ଲାଗିଛି । କିନ୍ତୁ କିଛି ଦିନ ହେବ ଗଞ୍ଜାମକୁ ପଛରେ ପକାଇ ଏବେ ଆଗରେ ରହିଛି ଖୋର୍ଦ୍ଧା । ଖୋର୍ଦ୍ଧାରେ ଏବେ କରୋନା ସଂକ୍ରମଣ ରେକର୍ଡ ଭାଙ୍ଗିବାରେ ଲାଗିଛି । ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ଏବେ ଭୁବନେଶ୍ୱରରେ କରୋନା ସଂକ୍ରମଣରେ ଲାଗିବ ବ୍ରେକ୍ । ନିୟନ୍ତ୍ରଣ ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛି ବିଏମସି ।

ଗଞ୍ଜାମ ଫର୍ମୁଲାକୁ ଭୁବନେଶ୍ୱରରେ ଲାଗୁ କରିବା ସହ ବ୍ୟାପକ ହେଲ୍‌ଥ ସ୍କ୍ରିନିଂ ଓ ୫୬୫ଟି ରାପିଡ୍‌ ରେସ୍‌ପନ୍‌ସ ଟିମ୍‌ ଗଠନ କରାଯାଇଛି । ଏହି ଟିମ୍‌ ବସ୍ତି ଏବଂ ଅନ୍ୟ ଅଞ୍ଚଳରେ ଅଧିକ ହେଲଥ ସ୍କ୍ରିନିଂ କରିବେ । କରୋନା ସନ୍ଦେହ ହେଲେ ରାଜଧାନୀ ଲୋକ ୧୯୨୯କୁ କଲ୍‌ କରି ସଂପୂର୍ଣ୍ଣ ତଥ୍ୟ ପାଇପାରିବେ । ହୋମ୍‌ ଆଇସୋଲେସନରେ ଥିବା ଲୋକଙ୍କ ଘରୁ ବିଏମ୍‌ସି ବର୍ଜ୍ୟବସ୍ତୁ ସଂଗ୍ରହ କରିବ । ହୋମ୍‌ ଆଇସୋଲେସନରେ ଥିବା ଲୋକଙ୍କୁ ଭିଡିଓ ଜରିଆରେ ପରାମର୍ଶ ଦେବାର ପ୍ରସ୍ତାବ ରହିଛି । ରାଜଧାନୀରେ କରୋନା ରୋଗୀସଂଖ୍ୟା ବଢୁଥିବାରୁ ହସ୍ପିଟାଲରେ ବେଡ୍‌ ବୃଦ୍ଧି କରାଯିବ ।

Leave a Reply