ସାମ୍ନାକୁ ଆସିଲା ଅନନ୍ୟା- ଆର୍ଯ୍ୟନ ହ୍ୱାଟସ୍‌ଆପ୍ ଚାଟ୍: ୮୦ ହଜାର ଟଙ୍କାର କୋକେନ୍ ମାଗିଥିଲେ ଅନନ୍ୟା

1 min read

ମୁମ୍ୱାଇ: ରାଜ୍ ଖୋଲୁଛି ହ୍ବାଟସଆପ୍ । ଚାଟ୍‌ରୁ ମିଳୁଛି ଗଞ୍ଜେଇ, କୋକେନର ସୁରାକ । ଅନନ୍ୟାଙ୍କ ପରେ ଗ୍ରୁପ ଚାଟକୁ ନେଇ ଘାଣ୍ଟୁଛି ଏନସିବି । ଅନନ୍ୟାଙ୍କ ସମେତ ଅନ୍ୟ କେତେଜଣ ଷ୍ଟାର କିଡଙ୍କ ସହ ମଧ୍ୟ ଡ୍ରଗ୍ସ ଚାଟ୍ କରିଛନ୍ତି ଆର୍ଯ୍ୟନ ଖାନ୍ । କ୍ରୁଜ୍ ଡ୍ରଗ୍ସ ଲିଙ୍କ ମାମଲାରେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାନ ଗିରଫ ହେବା ପରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ।

ଆର୍ଯ୍ୟନଙ୍କ ପରେ ଏବେ ଅନନ୍ୟା ପାଣ୍ଡେ NCB ଜାଲରେ ଫସୁଥିବା ଦେଖାଯାଉଛି । ଆର୍ଯ୍ୟନ-ଅନନ୍ୟାଙ୍କ ମଧ୍ୟରେ ହୋଇଥିବା ନୂଆ ହ୍ବାଟସଆପ୍ ଚାଟ୍‌ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଅନନ୍ୟା କହିଛନ୍ତି, ସେ ଏବେ ଏହି ବିଜନେସ କରୁଛନ୍ତି । ଆର୍ଯ୍ୟନ ତାଙ୍କୁ ଗଞ୍ଜେଇ ମାଗୁଥିବା ବେଳେ ସେ ଯୋଗାଇଦେବେ ବୋଲି କହିଥିବାର ଚାଟ୍‌ ଏନସିବି ହାତରେ ଲାଗିଛି । ଏହାଛଡ଼ା ଆର୍ଯ୍ୟନଙ୍କର ଏକ ଗ୍ରୁପ ଚାଟ୍ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଆର୍ଯ୍ୟନ ୮୦ ହଜାର ଟଙ୍କାର କୋକେନ ପାଇଁ କହୁଥିବା ବେଳେ ସାଙ୍ଗମାନଙ୍କୁ NCB ନାଁରେ ଡରାଉଛନ୍ତି । ଏହି ଚାଟ୍ ବି ଏନସିବି ହାତରେ ଲାଗିଛି । ଏହି ଚାଟ୍ ୨୦୨୧ ଏପ୍ରିଲ ୧୮ ତାରିଖର । ଯାହାକୁ ନେଇ ତନାଘନା କରୁଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ।

ଅନ୍ୟପକ୍ଷରେ ଆର୍ଯ୍ୟନ ଖାନ୍ ଆର୍ଥର ରୋଡ୍ ଜେଲ୍‌ରେ ବନ୍ଦ ଥିବା ବେଳେ ମଙ୍ଗଳବାର ହାଇକୋର୍ଟରେ ତାଙ୍କ ଜାମିନ ନେଇ ଶୁଣାଣି ଆରମ୍ଭ ହୋଇଛି । ଏଥିସହିତ ସାକ୍ଷୀଙ୍କ ସତ୍ୟପାଠ ପରେ ଏବେ କାଠଗଡ଼ାରେ ଏନ୍‌ସିବି । ଜୋନାଲ ଡାଇରେକ୍ଟର ସମୀର ଓ୍ୱାଙ୍ଖଡେଙ୍କ ବିରୋଧରେ ଲାଞ୍ଚ ମଗାଯିବା ଭଳି ଅଭିଯୋଗ ଆସିଛି । ବିଭାଗୀୟ ତଦନ୍ତ ଆରମ୍ଭ ହୋଇସାରିଛି । ତେବେ ଭାଇରାଲ୍ ଚାଟରେ ଅନନ୍ୟା ପାଣ୍ଡେ ଏନ୍‌ସିବି ସମ୍ପର୍କରେ ମଧ୍ୟ ଉଲ୍ଲେଖ ହୋଇଛି ।

ଏଥିସହିତ ପଢ଼ନ୍ତୁ: ମୁମ୍ବାଇ ଡ୍ରଗ୍ସ ଲିଙ୍କ ମାମଲାରେ ମୁକୁଳି ପାରୁନାହାଁନ୍ତି ଆର୍ଯ୍ୟନ୍‌, ଆଜି ଜାମିନ୍ ଆବେଦନର ଶୁଣାଣି

Leave a Reply