ଭୂତାଣୁର ନୂଆ ରୂପ ଡେଲଟା ପ୍ଳସ୍: ଏଯାଏଁ ଚିହ୍ନଟ ହେଲେଣି ୧୨୭ ରୋଗୀ

1 min read

ନୂଆଦିଲ୍ଲୀ: ଦେଶରେ ଡେଲ୍‌ଟା ଡର କମି ନଥିବା ବେଳେ, ଡରାଇଲାଣି ଡେଲ୍‌ଟା ପ୍ଲସ୍‌ । କରୋନାର ଏହି ନୂଆ ମ୍ୟୁଟାଣ୍ଟ ଅଧିକ ସଂକ୍ରାମକ । ଏଯାଏ ଏହି ମ୍ୟୁଟାଣ୍ଟରେ ୧୨୭ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିରେ ଭାରତରୁ ଅଛନ୍ତି ୬ଜଣ । ନୂଆ ମ୍ୟୁଟାଣ୍ଟ ଡେଲଟା ପ୍ଲସ୍- B.1.617.2.1 ବା A.Y1 ବଢାଇଛି ଚିନ୍ତା । ୟୁରୋପ୍, ଏସିଆ ଓ ୟୁକେରେ ଚିହ୍ନଟ ହୋଇଥିବା ଏହି ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ ମୂଳ ଭୂତାଣୁଠାରୁ ଅଧିକ ଶକ୍ତିଶାଳୀ । ନୂଆ ଭ୍ୟାରିଆଣ୍ଟରେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ମନୋକ୍ଲୋନାଲ ଆଣ୍ଟିବଡି କକ୍‌ଟେଲ ଡୋଜ୍ କାମ କରି ନପାରେ ବୋଲି ବିଶେଷଜ୍ଞ ଅନୁମାନ କରିଛନ୍ତି । ଡେଲଟା ଭ୍ୟାରିଆଣ୍ଟର ୬୩ଟି ଜିନୋମ K417N ସହ ମୁଟେସନରେ ଏହି ନୂଆ ଭ୍ୟାରିଆଣ୍ଟ ସୃଷ୍ଟି ହୋଇଥିବା ପବ୍ଲିକ ହେଲଥ ଇଂଲଣ୍ଡ ବା PHE କହିଛି । ତେବେ ଡେଲଟା ଭ୍ୟାରିଆଣ୍ଟକୁ ନେଇ ବିପଦ ରହିଥିବା ବେଳେ ନୂଆ ମ୍ୟୁଟାଣ୍ଟ ଟେନସନ ଦୁଇଗୁଣା କରିଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୩ ହଜାର ୪୦୫ ଜଣ କରୋନା ସଂକ୍ରମିତ ଚିହ୍ନଟ

Leave a Reply