କେଜ୍ରିୱାଲଙ୍କଠାରୁ ଅଳ୍ପ ଆଗରେ ପରବେଶ, ପଲଟିବ କି ବାଜି ?
1 min read![](https://nandighoshatv.com/wp-content/uploads/2025/02/ଦିଲ୍ଲୀରେ-ପଲଟିଯିବକି-ବାଜି--1024x576.jpg)
ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀ ନିର୍ବାଚନରେ ଭୋଟ ଗଣତି ଜାରି ରହିଛି । ଅରବିନ୍ଦ କେଜରିଓ୍ବାଲ ଏବଂ ପରବେଶ ବର୍ମାଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । କେବଳ ଫଳାଫଳକୁ ଅପେକ୍ଷା । ସମସ୍ତଙ୍କ ନଜର ମୁଖ୍ୟମନ୍ତ୍ରୀ ସିଟ ଉପରେ ରହିଛି । କିଏ ହେବ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? ଯଦି ଆମେ ଦିଲ୍ଲୀ ବିଧାନସଭା ନିର୍ବାଚନ ବିଷୟରେ ଚର୍ଚ୍ଚା କରିବା ତାହେଲେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସିଟ ହେଉଛି ଦିଲ୍ଲୀ ସିଟ୍ । ଏଠାରେ ଆମ ଆଦମୀ ପାର୍ଟୀ ତରଫରୁ ମୈଦାନରେ କେଜରିଓ୍ବାଲ ଓହ୍ଲାଇଛନ୍ତି । ଏବଂ ଭାଜପାର ପରବେଶ ବର୍ମା ତାଙ୍କୁ କଡା ଟକ୍କର ଦେଉଛନ୍ତି । କଂଗ୍ରେସ ତରଫରୁ ସନ୍ଦୀପ ଦୀକ୍ଷିତ ମଧ୍ୟ ଦୁହିଁଙ୍କୁ କଡା ଟକ୍କର ଦେଉଛନ୍ତି ।
ଯଦି ବର୍ତ୍ତମାନ ଗଣତିକୁ ଦେଖିବା ତାହେଲେ ଆପର ଟାଣୁଆ ପ୍ରାର୍ଥୀଙ୍କୁ ପଛରେ ପକାଇ ବିଜେପି ଆଗରେ ରହିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ମ୍ୟାଜିକ ନମ୍ବର ଛୁଇଁଛି ବିଜେପି । ସଂଖ୍ୟା ଗରିଷ୍ଠତା ୩୬ ପାର କରିଛି ବିଜେପି । ଦିଲ୍ଲୀରେ ଅରବିନ୍ଦ କେଜରିଓ୍ବାଲ ଓ ସନ୍ଦୀପ ଦୀକ୍ଷିତଙ୍କ ପଛରେ ପକାଇ ଦେଇଛନ୍ତି ବିଜେପିର ପରବେଶ ବର୍ମା ।
ନୂଆଦିଲ୍ଲୀ ସିଟ ବିଧାନସଭାର ହଟ ସିଟ୍ ଅଟେ । ଏହି ସିଟ୍ ଦିଲ୍ଲୀକୁ ତାର ମୁଖ୍ୟମନ୍ତ୍ରୀ ଦେଇଥାଏ । ଅରବିନ୍ଦ କେଜରିଓ୍ବାଲଙ୍କ ପୂର୍ବରୁ ଶିଲା ଦୀକ୍ଷିତ ଏହି ସିଟ ଉପରେ କବ୍ଜା କରିଥିଲେ । ୨୦୧୩ ପର୍ଯ୍ୟନ୍ତି ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଥିଲେ । ପରେ ଅରବିନ୍ଦ କେଜରିଓ୍ବାଲ ନିର୍ବାଚନ ଜିତି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ଚଳିତ ନିର୍ବାଚନରେ ମଧ୍ୟ କେଜରିଓ୍ବାଲ ଲଢୁଛନ୍ତି । ତେବେ ଏକଜିଟ୍ ପୋଲ ରିପୋର୍ଟ ଅନୁସାରେ ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବ ଏବଂ ବିଜେପିକୁ ବହୁମତ ମିଳୁଛି ବୋଲି କୁହାଯାଉଛି ।
ନୂଆଦିଲ୍ଲୀ ଭାରତର ରାଜଧାନୀ ଦିଲ୍ଲୀରେ ଏକ ଗୁରୁତ୍ବପୂର୍ଣ୍ଣ ବିଧାନସଭା କ୍ଷେତ୍ର ଅଟେ । ଏହା ଦେଶର ରାଜଧାନୀର ମୁଖ୍ୟ ଅଂଶ ଅଟେ । ଏଠାରେ ଭାରତ ସରକାରଙ୍କ ତିନୋଟି ଶାଖା- ରାଷ୍ଟ୍ରପତି ଭବନ, ସଂସଦ ଭବନ ଏବଂ ସର୍ବୋଚ୍ଚ ନ୍ୟାୟଳୟ ଅବସ୍ଥିତ । ନୂଆଦିଲ୍ଲୀ ବିଧାନସଭା ଇତିହାସ ୧୯୫୨ରେ ଆରମ୍ଭ ହୋଇଥିଲା । ଯେତେବେଳେ ଦିଲ୍ଲୀରେ ପ୍ରଥମ ବିଧାନସଭା ନିର୍ବାଚନ ହୋଇଥିଲା । ଏହି ସିଟରେ ବହୁ ପ୍ରମୁଖ ନେତା ମାନେ ବିଜୟ ଲାଭ କରିଥିଲେ । ଯେଉଁମାନଙ୍କ ମଧ୍ୟରୁ ଅରବିନ୍ଦ କେଚରିଓ୍ବାଲ ଓ ଶୀଲା ଦୀକ୍ଷିତ ପ୍ରମୁଖ ଅଟନ୍ତି । ୨୦୨୦ରେ ଅରବିନ୍ଦ କେଜରିଓ୍ବାଲ ଏହି ସିଟରୁ ଲଗାତାର ୩ଥର ବିଜୟ ହାସଲ କରିଛନ୍ତି ।