ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ, ଭୁବନେଶ୍ୱର କଟକ ପାଇଁ ନୂଆ ଡିସିପି
ଭୁବନେଶ୍ୱର: ଓଡ଼ିଶା ସରକାର ମଙ୍ଗଳବାର ଆଇପିଏସ୍ ସ୍ତରରେ ଏକ ବଡ଼ ଧରଣର ଅଦଳ ବଦଳ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍ଓ) ପକ୍ଷରୁ ଗଣମାଧ୍ୟମକୁ ଅବଗତ କରାଯାଇଛି । ୬ ଜିଲ୍ଲାର ଏସପି ଓ କଟକ ଡିସିପି ବଦଳିଲେ । ନୂଆ ବିଜ୍ଞପ୍ତି ଅନୁଯାୟୀ ୧୯୮୮ ବ୍ୟାଚ୍ର ଏମ୍ ଅକ୍ଷୟ ରାଜ୍ୟକୁ ଫେରି ଓଡ଼ିଶା ପୋଲିସ ଗୃହ ନିଗମର ସିଏମଡି ହେଲେ । ଏହା ସହ ବଦଳିଲେ ଭୁବନେଶ୍ୱର ଡିସିପି ।
ଅତିରିକ୍ତ କମିଶନର ଅନୁପ ସାହୁ ହେଲେ ଗୁଇନ୍ଦା ଡିଆଇଜି । ଭୁବନେଶ୍ୱର ଡିସିପି ହେଲେ ଉମା ଶଙ୍କର ଦାଶ ଏବଂ କଟକ ଡିସିପି ହେଲେ ପ୍ରତୀକ ସିଂ । ସେହିପରି ସତ୍ୟଜିତ ମହାନ୍ତି ହେଲେ ଅଗ୍ନିଶମ ଡିଜି । ଲଳିତ ଦାଶ ହେଲେ ଏଡିଜି, କମ୍ୟୁନିକେସନ । ଆର କେ ଶର୍ମା ହେଲେ ଗୁଇନ୍ଦା ନିର୍ଦ୍ଦେଶକ । ଆର କେ ଶର୍ମା ପୂର୍ବରୁ ଗୁଇନ୍ଦାର ସ୍ୱତନ୍ତ୍ର ନିର୍ଦ୍ଦେଶକ ଥିଲେ । ଏସ କେ ପ୍ରିୟଦର୍ଶୀ ହେଲେ କ୍ରାଇମବ୍ରାଞ୍ଚ ଏଡିଜି ।
ପ୍ରବୀଣ କୁମାର ହେଲେ ଆଇନ ଶୃଙ୍ଖଳା ଆଇଜି । ସାର୍ଥକ ଷଡ଼ଙ୍ଗୀ ହେଲେ କ୍ରାଇମବ୍ରାଞ୍ଚ ଏସପି । ଅଖିଳେଶ୍ୱର ସିଂଙ୍କୁ ପୁରୀ ଏସପି ଦାୟିତ୍ୱ ମିଳିଛି । ଗଜପତି ଏସପି ସାରା ଶର୍ମାଙ୍କୁ ଭିଜିଲାନ୍ସ ସଂଗଠନ ଦାୟିତ୍ୱ ମିଳିଛି । ଗଜପତି ଏସପି ହେଲେ ତପନ କୁମାର ପଟ୍ଟନାୟକ । ଭିନିତ ଅଗ୍ରଓ୍ୱାଲ କନ୍ଧମାଳ ଏସପି ହୋଇଛନ୍ତି । ବଦଳିଲେ ଭୁବନେଶ୍ୱର ଟ୍ରାଫିକ ଡିସିପି । ସାଗରିକା ନାଥଙ୍କୁ ସୁନ୍ଦରଗଡ଼ ଏସପି ଦାୟିତ୍ୱ ଦିଆଯାଇଛି । ଦେବଗଡ଼ ଏସପି ରାହୁଲ ଜୈନ ହେଲେ ନୂଆପଡ଼ା ଏସପି । ସୁନ୍ଦରଗଡ଼ ଏସପି ସୌମ୍ୟା ମିଶ୍ରଙ୍କୁ ଟ୍ରାଫିକ ଡିସିପି ଦାୟିତ୍ୱ । ଏ ସି ଜମାଦାରଙ୍କୁ ଦେବଗଡ଼ ଏସପି ଦାୟିତ୍ୱ ମିଳିଛି ।