ଭାରତରେ କରୋନାର ଆଉ ଏକ ଭାରିଆଣ୍ଟ, ୭ଦିନ ମଧ୍ୟରେ ହେଉଛି ଏମିତି ଅବସ୍ଥା

1 min read

ନୂଆଦିଲ୍ଲୀ: କରୋନା ଭାଇରସ୍ ଲଗାତାର ଭାବରେ ତାର ରୂପ ବଦଳାଇବାରେ ଲାଗିଛି । ଏବଂ ଏହାର ପ୍ରଭାବ ମଧ୍ୟ ଧିରେ ଧିରେ  ଅଧିକ ବିପଜ୍ଜନକ ହେବାରେ ଲାଗିଛି । ପ୍ରତିଦିନ କରୋନାର ନୂଆ ନୂଆ ଭାରିଆଣ୍ଟ ସାମ୍ନାକୁ ଆସୁଛି । ବର୍ତ୍ତମାନ ଏହାର ଆଉ ଏକ ବିପଜ୍ଜନକ ଭାରିଆଣ୍ଟ  ଭାରତରେ ଦେଖିବାକୁ ମିଳିଛି। ଏହା ଏତେ ବିପଜ୍ଜନକ ଯେ ରୋଗୀ ସଂକ୍ରମିତ ହେବାର ସାତ ଦିନ ମଧ୍ୟରେ ହିଁ ସେମାନଙ୍କ ଓଜନ ହ୍ରାସ ହୋଇପାରେ । ପୂର୍ବରୁ ଏହି ପ୍ରକାର ଭାରିଆଣ୍ଟ ବ୍ରାଜିଲରେ ଦେଖିବାକୁ  ମିଳିଥିଲା ​ । ବ୍ରାଜିଲରୁ ଏହାର କେବଳ ଗୋଟିଏ ଭାରିଆଣ୍ଟ ଭାରତ ଆସିବାକୁ ନିଶ୍ଚିତ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ବୈଜ୍ଞାନିକମାନେ କହିଛନ୍ତି ଯେ ବ୍ରାଜିଲରୁ ଭାରତକୁ କରୋନାର ଦୁଇଟି ଭାରିଆଣ୍ଟ ଆସିଛି। ଦ୍ୱିତୀୟ ପ୍ରକାରର ନାମ ହେଉଛି B.1.1.28.2 ।

ସୂଚନା ଅନୁସାରେ, ବୈଜ୍ଞାନିକମାନେ ଏହି ଭାରିଆଣ୍ଟକୁ ଏକ ମୂଷା ଉପରେ ପରୀକ୍ଷା କରିଥିଲେ । ଏବଂ ଏହାର ଫଳାଫଳ ବହୁତ ଆଶ୍ଚର୍ଯ୍ୟଜନକ ଥିଲା । ଏହି ପରୀକ୍ଷାରୁ ଜଣାଗଲା ଯେ, ଏହି ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହେବା ପରେ ତୁରନ୍ତ ଏହାକୁ ସାତ ଦିନ ମଧ୍ୟରେ ଚିହ୍ନଟ କରାଯାଇପାରିବ। ଏହା ଏତେ ବିପଜ୍ଜନକ ଯେ ଏହା ୭ ଦିନ ମଧ୍ୟରେ ରୋଗୀର ଶରୀରର ଓଜନ ହ୍ରାସ କରିବାରେ ସକ୍ଷମ । ଏହାସହ ଡେଲଟା ଭାରିଆଣ୍ଟ ଭଳି ଏହା ରୋଗ ପ୍ରତିରୋଧକ କ୍ଷମତାକୁ ମଧ୍ୟ ହ୍ରାସ କରିପାରେ ।

ପୁନେ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋରୋଲୋଜି (NIV) ର ବୈଜ୍ଞାନିକମାନେ କହିଛନ୍ତି ଯେ, B.1.1.28.2 ଭାରିଆଣ୍ଟ, ବିଦେଶରୁ ଆସିଥିବା ଦୁଇ ଜଣ ବ୍ୟକ୍ତିଙ୍କଠାରେ ମିଳିଥିଲା। ଏହି ଭାରିଆଣ୍ଟର ଜେନୋମ କ୍ରମ କରାଯାଇଥିଲା ଏବଂ ପୁଣି ପରୀକ୍ଷଣ କରାଯାଇଥିଲା  । ଯଦିଓ ବର୍ତ୍ତମାନ ଭାରତରେ ଏହାର ଅଧିକ ମାମଲା ସାମ୍ନାକୁ ଆସିନାହିଁ ତଥାପି ଡେଲଟା ଭାରିଆଣ୍ଟ ଅଧିକ ପରିମାଣରେ ଲୋକଙ୍କଠାରେ ଚିହ୍ନଟ ହୋଇଛି ।

ବିଦେଶରୁ ଫେରିଥିବା ଦୁଇ ଜଣଙ୍କ ନମୁନାର ଜେନୋମ କ୍ରମ କରାଯାଇଥିଲା। କରୋନାରୁ ସୁସ୍ଥ ହେବା ପର୍ଯ୍ୟନ୍ତ ଉଭୟଙ୍କ ଦେହରେ ସେସବୁ ଲକ୍ଷଣ ନଥିଲା, କିନ୍ତୁ ସେମାନଙ୍କ ନମୁନାକୁ ଜେନୋମ କ୍ରମ କରିବା ପରେ ଏହା B.1.1.28.2 ଭାରିଆଣ୍ଟ ବୋଲି ଚିହ୍ନଟ ହୋଇଥିଲା । ଏବଂ ଏହାକୁ ସାତ ଦିନ ପାଇଁ  ସିରୟାର ନଅଟି ହାମଷ୍ଟର ମୂଷା ପ୍ରଜାତି ଉପରେ ପରୀକ୍ଷଣ କରାଯାଇଥିଲା  । ଏବଂ ଏମାନଙ୍କ ମଧ୍ୟରୁ ୩ଟି ମୂଷାର ପ୍ରାଣ ଏଥିପାଇଁ ଯାଇଥିଲା କାହିଁକି ନା ସେମାନଙ୍କ ଶରୀରର ଆଭ୍ୟନ୍ତରୀଣ ଅଂଶ ଏହି ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିଲା ଏବଂ ସେହି ଅଭ୍ୟନ୍ତରୀଣ ଅଙ୍ଗ ଗୁଡ଼ିକ ନଷ୍ଟ ହୋଇଯାଇଥିଲା ।

Leave a Reply