ନବରଙ୍ଗପୁର ଜିଲ୍ଲା ଗମନାଗମନ ବ୍ୟବସ୍ଥାରେ ଯୋଡିହେବ ନୂତନ ଅଧ୍ୟାୟ 

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଗମନାଗମନ ବ୍ୟବସ୍ଥାରେ ଯୋଡିହେବ ନୂତନ ଅଧ୍ୟାୟ। ଜିଲ୍ଲା ଗମନାଗମନର ବିକାଶ ପାଇଁ  ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ବ୍ୟୟ ହେବ ୭୪୮.୫୭ କୋଟି ଟଙ୍କା। ବହୁ ଚର୍ଚ୍ଚିତ ରାସ୍ତା ପୋଡାଲଗୁଡାଠାରୁ ପାତ୍ରପୁଟକୁ ୩୫ କୋଟି ଟଙ୍କା, ପୁଝାରିଗୁଡା ଠାରୁ ମୈଦଲପୁର ୩୦ କୋଟି ଟଙ୍କା, କୋଷାଗୁମୁଡ଼ା ଠାରୁ ଛତିଶଗଡ଼ ସୀମାନ୍ତ ପାଇଁ ୭୦ କୋଟି ଟଙ୍କା, ଦେବନ୍ଦ ଠାରୁ ଫଟକି ପାଇଁ ୪୦ କୋଟି ଟଙ୍କା, ପାତ୍ରପୁଟ ଠାରୁ ଢୁଲୁଘାଟି ରାସ୍ତା କଳାହାଣ୍ଡି ସୀମାନ୍ତ ପର୍ଯ୍ୟନ୍ତ। ରାଇଘର ଯୋଡ଼ିଗାଁଠାରୁ ଛତିଶଗଡ଼ ସୀମାନ୍ତ ରାସ୍ତାର ଉନ୍ନତିକରଣ ପାଇଁ ୩୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଜିଲ୍ଲାବାସୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଜିଲ୍ଲାରେ ମୁଖ୍ୟତଃ କୃଷି ଉପରେ ନିର୍ଭର କରୁଥିବା କୃଷକଙ୍କ ପାଇଁ ଏହା ସହାୟକ ହେବ। ଦିନେ ପଡୋସୀ ଜିଲ୍ଲା ଓ ପୋଡ଼ଶୀ ରାଜ୍ୟରେ କୃଷକ ନିଜ ଉତ୍ପାଦିତ ଫସଲକୁ ଭଲ ମୂଲ୍ୟରେ ବିକ୍ରି କରିବା ପାଇଁ ଇଚ୍ଛା ପ୍ରକାଶ କରୁଥିଲେ ମଧ୍ୟ ବିପର୍ଯ୍ୟସ୍ତ ଗମନାଗମନ ବ୍ୟବସ୍ଥା ପ୍ରତିବନ୍ଧକ ସାଜିଥିଲା। ବର୍ତ୍ତମାନ ସୁଦୃଢ଼ ଗମନାଗମନ ଫଳରେ ସମସ୍ତ ପ୍ରତିବନ୍ଧକ ଦୂର ହୋଇ କୃଷକଙ୍କ ଆର୍ଥିକ ଉନ୍ନତି ପାଇଁ ସ୍ବର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହେବ। ନବରଙ୍ଗପୁର ନିର୍ବାଚନ ମଣ୍ଡଳୀର ଉନ୍ନତି ହେବା ସହିତ ଜିଲ୍ଲାର ଆର୍ଥିକ ବିକାଶ ହେବ। ଗମନାଗମନର ସୁବିଧା ହେଲେ ଶିକ୍ଷା ପାଇଁ ମଧ୍ୟ ସହରକୁ ଯିବା ଆସିବାରେ ସୁବିଧା ହେବ। ଯାହାକୁ ନେଇ ବେଶ ଖୁସି ହୋଇଛନ୍ତି ଅଞ୍ଚଳବାସୀ।