କ୍ୟାପିଟାଲ ହସ୍ପିଟାଲରେ ଖୋଲିବ ହୃଦରୋଗ ଚିକିତ୍ସା ୟୁନିଟ୍

1 min read

ଭୁବନେଶ୍ୱର: ସରପ୍ରାଇଜ ଭିଜିଟରେ ଯାଇ ସରପ୍ରାଇଜ୍ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ । ଆପଣ କହିପାରନ୍ତି କ’ଣ ସେହି ସରପ୍ରାଇଜ୍ ।

ଭୁବନେଶ୍ୱରର ସବୁଠୁ ବଡ଼ ସରକାରୀ ହସ୍ପିଟାଲରେ ଖୋଲିବ ହୃଦରୋଗ ଚିକିତ୍ସା ୟୁନିଟ୍ । ମନ୍ତ୍ରୀ ନବ ଦାସ ଆଜି ତାଙ୍କ ସହ ଦେଶର ଜଣେ ଖ୍ୟାତନାମା ହୃଦରୋଗ ବିଶେଷଜ୍ଞ ପ୍ରଭାତ ଦାସଙ୍କୁ ନେଇ ଯାଇଥିଲେ । ପ୍ରଭାତ ଦାସ ହେଉଛନ୍ତି ବେଙ୍ଗାଲୁରୁସ୍ଥିତ ଶ୍ରୀସତ୍ୟସାଇ ହସ୍ପିଟାଲର ହୃଦରୋଗ ବିଭାଗ ମୁଖ୍ୟ । ଓଡ଼ିଶାର ଲକ୍ଷ ଲକ୍ଷ ସଂଖ୍ୟାରେ ହୃଦରୋଗୀ ଚିକିତ୍ସା ପାଇଁ ସତ୍ୟସାଇ ହସ୍ପିଟାଲ ଉପରେ ନିର୍ଭର କରିଥା’ନ୍ତି ।

ଡାକ୍ତର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କ୍ୟାପିଟାଲ ହସ୍ପିଟାଲଠାରେ ହୃଦ୍ ରୋଗ ଚିକତ୍ସା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । କେବଳ ଚେକ୍-ଅପ୍ ନୁହେଁ, ଖୁବ୍ କମ୍ ଦିନ ମଧ୍ୟରେ ହାର୍ଟ ସର୍ଜରି ବି କ୍ୟାପିଟାଲ ହସ୍ପିଟାଲରେ କରାଯିବାର ଯୋଜନା ରହିଛି । ଏ ନେଇ କ୍ୟାପିଟାଲ ହସ୍ପିଟାଲକୁ ଡା. ପ୍ରଭାତ ଦାସ ସମୟ ଦେବା ସହ ଭିତ୍ତିଭୂମିର ତଦାରଖ ଦାୟିତ୍ୱ ମଧ୍ୟ ନେବେ ବୋଲି ମନ୍ତ୍ରୀ କହିଛନ୍ତି ।

କ୍ୟାପିଟାଲ ହସ୍ପିଟାଲରେ ହୃଦରୋଗ ଚିକିତ୍ସା ସୁବିଧା ମିଳିଲେ ବହୁ ଗରିବ ରୋଗୀ ଉପକୃତ ହୋଇପାରିବେ ।

ଆଜି ସକାଳୁ ମନ୍ତ୍ରୀ କ୍ୟାପିଟାଲ ହସ୍ପିଟାଲ ଯାଇ ରାଜ୍ୟ ସରକାରଙ୍କ ଚିକିତ୍ସା ସୁବିଧା କିପରି ରୋଗୀଙ୍କୁ ମିଳୁଛି, ତାହାର ତଦରାଖ କରିଥିଲେ । ଏଥିସହ ପ୍ରତି ଓ୍ବାର୍ଡ ବୁଲି ରୋଗୀଙ୍କୁ ଭଲମନ୍ଦ ବି ପଚାରିଥିଲେ।

  ')}

Leave a Reply