କିମ୍ସରେ ୩୦୦ ଶଯ୍ୟା ବିଶିଷ୍ଟ କ୍ୟାନସର ସେଣ୍ଟର, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କ୍ୟାନସର ଚିକିତ୍ସା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ । ଭୁବନେଶ୍ବର କିମ୍ସ ପରିସରରେ 300 ଶଯ୍ୟା ବିଶିଷ୍ଟ କ୍ୟାନସର ସେଣ୍ଟର ଓ 300 ଶଯ୍ୟା ବିଶିଷ୍ଟ ସୁପର ସ୍ପେସିଆଲିଟି ହସ୍ପିଟାଲ ଉଦଘାଟିତ । ଏହାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହସ୍ପିଟାଲରେ ବିଏସକେଓ୍ବାଇ କାର୍ଡରେ ରୋଗୀଙ୍କୁ ମିଳି ପାରିବ ମାଗଣା ଚିକିତ୍ସା ସୁବିଧା ।

ଏଠାରେ ସାଧାରଣ ଓ ବିଏସକେଓ୍ବାଇ ରୋଗୀଙ୍କ ପାଇଁ ୧୬ଶହ ଶଯ୍ୟାର ବ୍ୟସ୍ଥା ରହିଛି । ଅର୍ଥ ଅଭାବରୁ ସାଧାରଣ ଲୋକଟିଏ ଯେପରି ଉତ୍ତମ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ନ ହୁଏ ତାହା ରାଜ୍ୟସରକାରଙ୍କ ମୂଳ ଲକ୍ଷ୍ୟ ରହିଛି । ଏନେଇ ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ସୁଦୃଢ କରାଯାଉଛି । ବିଏସକେଓ୍ବାଇ କାର୍ଡ ମାଧ୍ୟମରେ ପ୍ରତିଟି ଲୋକଙ୍କୁ ଉତ୍ତମ ସ୍ବସ୍ଥ୍ୟସେବା ଯୋଗାଇଦିଆଯାଇଛି । ହସ୍ପିଟାଲରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମୋଟ ୭ ହଜାର କର୍ମଚାରୀ ନିୟୋଜିତ ଅଛନ୍ତି ।