ନନ୍ଦିଘୋଷ ବ୍ୟୁରୋ : ରାଜଧାନୀରେ ନବବଧୂଙ୍କୁ ହତ୍ୟା ଅଭିଯୋଗ । ଚନ୍ଦକା ଥାନା ଅଞ୍ଚଳରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ପରେ ପରିବାର ଲୋକେ ଆଣିଲେ ଗର୍ଭପାତ ଓ ବଧୂହତ୍ୟା ଅଭିଯୋଗ । ବିବାହର ୬ ମାସ ନପୁରୁଣୁ ଘରୁ ବାହାରିଲା ମୃତଦେହ । ମୃତ ମହିଳା ହେଲେ ଝରଣା ବେହେରା । ଗତ ମେ ମାସରେ ଚନ୍ଦକା ଅଞ୍ଚଳର ମାନସ ବେହେରାଙ୍କୁ ବିବାହ କରିଥିଲେ । ଝିଅ ଗର୍ଭବତୀ ଥିବାରୁ ଗର୍ଭପାତ କରିବାକୁ ବାଧ୍ୟ କରୁଥିଲେ ଶାଶୂଘର ଲୋକେ । ଝିଅ ମନା କରିବାରୁ ମିଛ କହି ଗର୍ଭ ନିରୋଧକ ମେଡିସିନି ଦେଇଥିଲେ । ଗୁରୁତର ହେବାରୁ ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ବିଭିନ୍ନ କାରଣରୁ ତାଙ୍କୁ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ବାପା । ଗତକାଲି ରାତିରେ ଝିଅ ମୃତ୍ୟୁ ହୋଇଥିବା ନେଇ ଫୋନ ପାଇଥିଲେ । ଘଟଣା ପରଠୁ ଝରଣାଙ୍କ ସ୍ୱାମୀ ଫେରାର ଅଛନ୍ତି । ସ୍ୱାମୀଙ୍କ ପରକିୟା ପ୍ରୀତି ଥିବା ମଧ୍ୟ ଅଭିଯୋଗ କରିଛନ୍ତି ମୃତ ଝରଣାଙ୍କ ବାପା । ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇ ତଦନ୍ତ କରୁଛି ଚନ୍ଦକା ପୋଲିସ ।

