୫ ଦିନର ଛୁଆକୁ ଛାଡ଼ି ଆରପାରିକୁ ଚାଲିଗଲା ମାଆ

1 min read

ନବରଂଗପୁର: ଛାତ ଉପରୁ ଡେଇଁ ମାଆର ଆତ୍ମହତ୍ୟା । ୫ ଦିନର ଛୁଆକୁ ଛାଡ଼ି ସବୁଦିନ ପାଇଁ ମାଆ ଆରପାରିକୁ ଚାଲି ଯାଇଛି । ଆଗରୁ ୩ଟି ପିଲାଙ୍କର ମୃତ୍ୟୁ ହୋଇଥିଲା, ଏଥର ଆଶା ଥିଲା ଛୁଆର ମୁହଁ ଚାହିଁ ଖୁସି ହେବ ମାଆ । କିନ୍ତୁ ଦିନ କେଇଟାରେ ସବୁକିଛି ଏପଟ୍ ସେପଟ୍ ହୋଇଗଲା । ଘଟଣାଟି ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ପରିସରରେ ଘଟିଛି । ମୁଖ୍ୟ ଚିକିତ୍ସାଳୟର ଏମ.ସି.ଏଚ କୋଠାର ଦ୍ଵିତୀୟ ମହଲାରୁ ତଳକୁ ଡେଇଁ ମହିଳା ଆତ୍ମହତ୍ୟା କରିଥିବା ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଗତ ପାଞ୍ଚ ଦିନ ତଳେ ପୁଅକୁ ଜନ୍ମ କରିଥିଲେ ମୃତ ମହିଳା । ସଂପୃକ୍ତ ମହିଳା ଜଣକ ଡାବୁଗାଁ ବ୍ଲକ ଡଙ୍ଗରା ଗାଁର ଧର୍ମୁ ଭତରାଙ୍କ ସ୍ତ୍ରୀ ଜେମା ଭତରା ବୋଲି ଜଣାପଡିଛି । ଘଟଣା ଅନୁସାରେ ଗତ ପାଞ୍ଚ ଦିନ ତଳେ ଜେମା ଭତରା ପ୍ରସବ ବେଦନା କାରଣରୁ ନବରଙ୍ଗପୁର ମୂଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ । ଏହାପରେ ତାଙ୍କର ଅସ୍ତ୍ରୋପଚାର କରି ଏକ ଶିଶୁ ପୁତ୍ର ଜନ୍ମ କରାଯାଇଥିଲା ।

ନବରଂଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ଜେମାଙ୍କର ଏହା ଷଷ୍ଠ ଗର୍ଭ ଥିଲା । ପୂର୍ବରୁ ତିନୋଟି ଛୁଆର ମୃତ୍ୟୁ ପରେ ତାଙ୍କର ମାନସିକ ସ୍ଥିତି ଠିକ ନଥିବା ପରିବାର ପକ୍ଷରୁ କୁହାଯାଇଛି । ଆଜି ମୃତ ମହିଳା ଜଣକ ୱାର୍ଡରେ ଥିବାବେଳେ ଅଚାନକ ନିଜ ଛୁଆକୁ ଧରି ମେଡିକାଲ ଦୂତୀୟ ମହଲାରୁ ଡେଇଁବାକୁ ଚେଷ୍ଟା କଲାବେଳେ ଛୁଆକୁ ଟାଣି ନେଇଥିଲେ ତାଙ୍କ ଶାଶୁ । ଏହାପରେ ସେ ଉପରୁ ତଳକୁ ପଡି ଯାଇଥିବାବେଳେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଜେମା ଭତରାଙ୍କ ମରଶରୀର

ମେଡିକାଲରେ ପୋଲିସ ପହଂଚି ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ତଦନ୍ତ କରୁଛି । ')}

Leave a Reply