ଭୀମସାରରୁ ନବଜାତ ଚୋରି ଶିଶୁ ରେଙ୍ଗାଲିରୁ ଉଦ୍ଧାର
ବୁର୍ଲା: ଭୀମସାରରୁ ନବଜାତ ଶିଶୁ ଚୋରି ଘଟଣାରେ ଖୁସି ଖବର । ଚୋରି ହୋଇଥିବା ଶିଶୁପୁତ୍ରକୁ ଉଦ୍ଧାର କଲା ପୋଲିସ । ରେଙ୍ଗାଲିରୁ ଉଦ୍ଧାର ହୋଇଛି ନବଜାତକ । ଚୋରି କରିଥିବା ମହିଳା ଓ ତାଙ୍କ ସ୍ଵାମୀଙ୍କୁ ଅଟକ ରଖିଛି ପୋଲିସ । ଶିଶୁକୁ ବୁର୍ଲା ହସ୍ପିଟାଲକୁ ଅଣାଯାଉଛି ।
ଗତ ନଭେମ୍ବର ୨୬ରେ ବୁର୍ଲା ଭୀମସାରରୁ ୩ ଦିନର ନବଜାତ ଶିଶୁକୁ ଚୋରି କରି ନିଆଯାଇଥିବା ଅଭିଯୋଗ ହୋଇଛି । ଛତିଶଗଡରୁ ଆସି ଭୀମସାର ମହିଳା ଓ ଶିଶୁ ୱାର୍ଡରେ ଭର୍ତ୍ତି ହୋଇଥିଲେ ମହିଳା । ରବିବାର ଦିନ ତାଙ୍କର ଏକ ଶିଶୁ ପୁତ୍ର ଜନ୍ମ ହୋଇଥିଲା ।
ତେବେ ଭଉଣୀଙ୍କ ସହ ସମ୍ପର୍କ ବଢାଇ ଜଣେ ମହିଳା ତାଙ୍କ ନିକଟରୁ ବାରମ୍ବାର ଆସୁଥିଲେ । ସେହି ମହିଳା ହିଁ ତାଙ୍କ ଶିଶୁ ପୁତ୍ରକୁ ଚୋରି କରି ନେଇଥିବା ଶିଶୁର ମାଆ ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ଭୀମସାର ଅଧିକାରୀ ଓ ପୋଲିସ ପହଞ୍ଚି ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଥିଲେ । ସେପଟେ ସିସିଟିଭିରେ ମହିଳାଙ୍କୁ ଚିହ୍ନଟ କରିଥିଲେ ଶିଶୁର ମାଆ ।