spot_img

Latest Posts

ନବଜାତକଙ୍କ ପାଇଁ ବରଦାନ ସାଜିଲା ବିଏସକେଓ୍ବାଇ, ଦୀର୍ଘ ୨ମାସର ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଲେ

ରାଉରକେଲା: ନବଜାତକଙ୍କ ପାଇଁ ବରଦାନ ସାଜିଲା ବିଏସକେଓ୍ବାଇ। ଘରୋଇ ହସ୍ପିଟାଲରେ ମାଗଣାରେ ମିଳିଲା ଅତ୍ୟାଧୁନିକ ଚିକିତ୍ସା । ସୁସ୍ଥ ହୋଇ ଘରକୁ ଫେରିଲେ ଶିଶୁ କନ୍ୟା । ଚିକିତ୍ସାରେ ସମସ୍ତ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ପରିବାର । ଗର୍ଭ ଯନ୍ତ୍ରଣା କାରଣରୁ ଅକ୍ଟୋବର ୨୯ରେ ସୁନ୍ଦରଗଡ଼ ରିଜେଣ୍ଟ ମାର୍କେଟ ଅଞ୍ଚଳର ରଫତ ଖାତୁନ ରାଉରକେଲାର ଜୟପ୍ରକାଶ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ସାଢେ ଛଅ ମାସରେ ଜନ୍ମ କାରଣରୁ ଶିଶୁକନ୍ୟାର ଶରୀର ଅସୁସ୍ଥ ହୋଇ ପଡିଥିଲା।

ପାଖାପାଖି ଦୁଇମାସ ଆଇସିୟୁରେ ରଖାଯାଇ ଉନ୍ନତମାନର ଓ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବାରୁ ଶିଶୁକନ୍ୟାଙ୍କ ଜୀବନ ବଞ୍ଚି ପାରିଥିଲା । ସମସ୍ତ ଉନ୍ନତମାନର ଚିକିତ୍ସା ପାଇଁ ପରିବାରକୁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିନଥିଲା। ଏନେଇ ପରିବାର ଖୁସି ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସାଢେ ଛଅ ମାସରେ ଶିଶୁକନ୍ୟା ଜନ୍ମ ହୋଇଥିବାରୁ ମାଆ ଓ ଶିଶୁଙ୍କ ଜୀବନ ପ୍ରତି ବିପଦ ରହିଥିଲା। କିନ୍ତୁ BSKY କାର୍ଡ ଜରିଆରେ ଉନ୍ନତମାନର ଓ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଦିଆଯିଵାରୁ ଉଭୟେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଭଳି ହଜାର ହଜାର ଗରିଵ ରୋଗୀ ପାଇଁ ଜୀବନଦାୟକ ସାଜିଛି ବିଏସକେଓ୍ବାଇ ।

Latest Posts

Don't Miss