ନିଆଁ ଲିଭାଇବ ଏରିଏଲ୍ ଭେହିକିଲ୍, ବିପର୍ଯ୍ୟୟ ରୋକିବ ଭିସୁଟ ଛାତ୍ରଙ୍କ ନୂତନ ଉଦ୍ଭାବନ

ସମ୍ବଲପୁର: ଭିସୁଟ୍ ଛାତ୍ରଙ୍କ ନୂତନ ଉଦ୍ଭାବନ । ତୁରନ୍ତ ଅଗ୍ନିକାଣ୍ଡ ନିୟନ୍ତ୍ରଣ ପାଇଁ ତିଆରି କଲେ ଯନ୍ତ୍ରାଂଶ । ନିଜସ୍ୱ ଜ୍ଞାନ କୌଶଳରେ ଏରିଏଲ୍ ଭେହିକିଲ୍ ତିଆରି କରୁଛନ୍ତି ବୀର ସୁରେନ୍ଦ୍ର ସାଏ ବୈଷୟିକ ମହାବିଦ୍ୟାଳୟର ଦୁଇ ଛାତ୍ର । ଏହି ଯନ୍ତ୍ରାଂଶ ଖୁବ୍ କମ୍ ସମୟ ମଧ୍ୟରେ ବଡ଼ ବିପର୍ଯ୍ୟୟକୁ ମୁକାବିଲା କରିବା ସହିତ ଧନ ଜୀବନକୁ ବଞ୍ଚାଇବାରେ ସହାୟକ ହେବ ।

ଏହି ମେସିନ ଘଣ୍ଟା ପ୍ରତି ୧୨୦ କିଲୋମିଟର ବେଗରେ ଆକାଶ ମାର୍ଗରେ ଉଡିବା ସହିତ ୫୦ କିମି ପରିସର ଭିତରେ ନିଆଁ ଲିଭାଇବାରେ ସାହାଯ୍ୟ କରିବ । ଏଥିରେ ୩ କେଜି ଓଜନର ମନୋଆମୋନିୟମ ଫସଫେଟ୍ ବ୍ୟବହାର ହୋଇପାରିବ । ଏହି ମାନବ ବିହୀନ ଯନ୍ତ୍ରାଂଶ ଭିସୁଟର ଏକ ସ୍ବତନ୍ତ୍ର ପ୍ରୋଜେକ୍ଟ ରୁମରେ ତିଆରି ହେଉଛି ।

ସେପଟେ ଷ୍ଟାଟଅପ ପାଇଁ ଏକ ଘରୋଇ କମ୍ପାନୀ ୨୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛି । ଯନ୍ତ୍ରାଂଶ ତିଆରି ସମ୍ପୂର୍ଣ୍ଣ ହେଲେ ଏହା ଅଗ୍ନିଶମ ଓ ଓଡ୍ରାଫ ପାଇଁ ବେଶ ଉପକାରୀ ହେବ ବୋଲି ଭିସୁଟର ମେକାନିକାଲ ବିଭାଗର ଅଧିକାରୀ ପ୍ରକାଶ କରିଛନ୍ତି ।

Leave a Reply