ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା, ମୃତକଙ୍କ ସଂଖ୍ୟା ୧୨୦କୁ ବୃଦ୍ଧି

1 min read

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ସହ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି ।ଗତ ୨୪ଘଣ୍ଟାରେ ରାଜ୍ୟରେ ପ୍ରାଣ ହରାଇଲେ ଆଉ ୬ଜଣ କରୋନା ସଂକ୍ରମିତ । ଯଦିଓ ରାଜ୍ୟରେ ସୁସ୍ଥହାର ବଢୁଛି କିନ୍ତୁ ସଂକ୍ରମିତଙ୍କ ସଂଖ୍ୟା ଅନିୟନ୍ତ୍ରିତ ହେଉଛି । ତେବେ ଗତ ଗୁରୁବାରରେ କରୋନା ୬ ଜଣଙ୍କର ମୁଣ୍ଡ ନେଇଥିବା ବେଳେ ଶୁକ୍ରବାର ଆଉ ୬ଜଣ ପ୍ରାଣ ହରାଇଛନ୍ତି । ଏହା ସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୨୦ରେ ପହଂଚିଛି ।

ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୩ , ଗଜପତି ଓ ଭଦ୍ରକରୁ ଜଣେ ଲେଖାଏଁ ଅଛନ୍ତି । ତେବେ ଏମାନଙ୍କ ମଧ୍ୟରେ ସମସ୍ତେ କରୋନା ବ୍ୟତୀତ କିଛି ନା କିଛି ରୋଗରେ ଆକ୍ରାନ୍ତ ଥିଲେ । ଗୁରୁବାରର କରୋନା ଯୋଗୁଁ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଗଞ୍ଜାମରୁ ଜଣେ ୪୪ ବର୍ଷୀୟ, ୫୯ ବର୍ଷୀୟ ଓ ୫୦ ବର୍ଷୀୟ ପୁରୁଷ କରୋନାରେ ମୃତ୍ୟୁ ବରଣ କରିଛନ୍ତି  । ଏହାସହ ଗଜପତିରୁ  ଜଣେ ୫୩ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ଭଦ୍ରକରୁ ୬୦ ବର୍ଷିୟ ପୁରୁଷ ଯିଏ ପୂର୍ବରୁ ମଧୂମେହ ଏବଂ ଉଚ୍ଚ ରକ୍ତଚାପରେ ପିଡ଼ିତ ଥିଲେ ତାଙ୍କର ମଧ୍ୟ କରୋନାରେ ମୃତ୍ୟୁ ହୋଇଛି ।

ସେହିପରି ରାଜ୍ୟର ଗତ ୨୪ ଘଣ୍ଟାରେ ସଂକ୍ରମିତଙ୍କର ଜିଲ୍ଲାୱାରୀ ତାଲିକା ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ସାରା ରାଜ୍ୟରେ ଜୁଲାଇ ୨୩ ତାରିଖରେ ୧୫୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ରାଜ୍ୟରେ ହୋଇଥିବା ଏପର୍ଯ୍ୟନ୍ତର ସର୍ବାଧିକ ସଂକ୍ରମଣ । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୦୬୭ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୫୨୭ ।

ରାଜ୍ୟରେ ରେକର୍ଡ ଭାଙ୍ଗୁଛି କରୋନା, ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୨୬୯୩କୁ ବୃଦ୍ଧି

Leave a Reply