୩୦୦ ପାର ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା, କରୋନା ତାଲିକାରେ ଅନୁଗୁଳ ନୂଆ

ଭୁବନେଶ୍ୱର: ରାଜ୍ୟରେ କବଳରେ ପୁରା ରାଜ୍ୟ । ଅହରହ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଧିରେ ଧିରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାୟା ବିସ୍ତାର କରୁଛି ମାରାତ୍ମକ କରୋନା । ଆଜି ପୁଣି ରାଜ୍ୟରେ ୫୮ କରୋନା ସଂକ୍ରମିତଙ୍କର ଚିହ୍ନଟ ହୋଇଛି । ଏହା ହେଉଛି ସବୁଠାରୁ ବଡ଼ ତାଲିକା  । ଯାହା ଗୋଟିଏ ଦିନରେ ଏକାଥରକେ ଏତେ ସଂଖ୍ୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଦିନ ଆରମ୍ଭ ହେଉ ହେଉ ଏତେବଡ଼ ସଂଖ୍ୟା ଚିହ୍ନଟ ହେବା ଏକ ପ୍ରକାରର ଚିନ୍ତାଜନକ ବଷୟ ।

ତେବେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୫୨ରେ ପହଞ୍ଚିଛି । ଏ ସମସ୍ତ ସଂଖ୍ୟା ମଧ୍ୟରେ ଗଞ୍ଜାମ ସବୁଠାରୁ ଉପରେ ରହିଛି । ଆଜି ଗଞ୍ଜାମରୁ ୨୯ ସଂକ୍ରମିତ ଚିହ୍ନଟ ହେବା ପରେ ୧୧୮କୁ ବୃଦ୍ଧି ପାଇଛି ସଂକ୍ରମିଙ୍କ ସଂଖ୍ୟା । ସବୁଠାରୁ ବଡ଼ କଥା ହେଉଛି ଯେ, ଗଞ୍ଜାମରେ ଜଣେ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଏହାସହ ରାଜ୍ୟରେ କରୋନାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ସେହିଭଳି କରୋନା ଲିଷ୍ଟରେ ନୂଆ କରି ଯୋଡ଼ି ହୋଇଛି ଅନୁଗୁଳ ଜିଲ୍ଲା ।

‘କ୍ୱାରେଣ୍ଟାଇନ୍‌ ସେଣ୍ଟର’ ହିଁ କରୋନା ଯୁଦ୍ଧରେ ଆମକୁ ସଫଳ କିମ୍ୱା ବିଫଳ କରାଇବ

ଯାହା ପୂର୍ବରୁ ଗ୍ରୀନ ଜୋନରେ ଥିଲା ସେଠାରେ ଆଜି ଏକା ଥରକେ ୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଖିବା ଯିଦି ବାଲେଶ୍ୱରରୁ ଆଜି ୧୫ ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ସେଠାରେ କରୋନା ସଂଖ୍ୟା ୪୨କୁ ବୃଦ୍ଧି ପାଇଛି । ମୟୂରଭଞ୍ଜରୁ ୧ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

Leave a Reply