ଦେଶରେ ୩୦,୨୫୪ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୩୯୧ ମୃତ
1 min readନୂଆଦିଲ୍ଲୀ: ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୦,୨୫୪ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ବିଭାଗର ସୂଚନା ଅନୁଯାୟୀ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ କରୋନା ମାମଲା ୯୮ ଲକ୍ଷ ୫୭ ହଜାର ୦୨୯ରେ ପହଞ୍ଚିଛି । ଏହା ମଧ୍ୟରେ ୩ ଲକ୍ଷ ୫୬ ହଜାର ୫୪୬ଟି ମାମଲା ସକ୍ରିୟ ରହିଛି ।
With 30,254 new #COVID19 infections, India's total cases rise to 98,57,029
With 391 new deaths, toll mounts to 1,43,019. Total active cases at 3,56,546
Total discharged cases at 93,57,464 with 33,136 new discharges in the last 24 hours. pic.twitter.com/syZHCrdFAT
— ANI (@ANI) December 13, 2020
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୯୧ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ୧ ଲକ୍ଷ ୪୩ ହଜାର ୦୧୯ ଲୋକ ପ୍ରାଣ ହରାଇଛନ୍ତି । ସେପଟେ ଦେଶରେ ସୁସ୍ଥତାଙ୍କ ସଂଖ୍ୟା ୯୩ ଲକ୍ଷ ୫୭ ହଜାର ୪୬୪ରେ ପହଞ୍ଚିଛି ।