spot_img

Latest Posts

ଘରେ ରଖନ୍ତୁ ନାହିଁ ଏହିସବୁ ଗଛ, ହୋଇପାରେ ଅର୍ଥାଭାବ

ବାସ୍ତୁ ଶାସ୍ତ୍ରରେ ବୃକ୍ଷର ଅନେକ ମହତ୍ୱ ରହିଛି। ଗଛ ଲତା ଅକ୍ସିଜେନ୍ ଦେବା ସହ ପରିବେଶକୁ ସନ୍ତୁଳିତ ବି କରିଥାଏ । ଖାଲି ଏତିକି ନୁହେଁ ଘରର ଚର୍ତୁପାଶ୍ୱରେ ଥିବା ବୃକ୍ଷ ମଣିଷର ଜୀବନ ଉପରେ ପ୍ରଭାବ ମଧ୍ୟ ପକାଇଥାଏ। ଏହା କେତେବେଳେ ଶୁଭଫଳ ଦେଇଥାଏ ତ ଆଉ କେତେବେଳେ ଅଶୁଭ।

ଏମିତି ଅନେକ ଗଛ ରହିଛି ଯାହାକୁ ଘରେ ଲଗାଇବା ଦ୍ୱାରା ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ଫଳରେ ଏହିସବୁ ଗଛକୁ କେବେହେଲେ ଘରେ ଲଗାଇବା ଉଚିତ୍ ନୁହେଁ। ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କଣ୍ଟା ଗଛ ଲଗାଇବା ଉଚିତ ନୁହେଁ। ଏହି ଗଛ ନକାରାତ୍ମକ ପ୍ରଭାବ ଦେଇଥାଏ। ଏମିତିକି କଳି ଝଗଡା ହେବାର ଆଶଙ୍କା ରହିଥାଏ। ପରିବାରରେ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଦେଇପାରେ। ଏହା ଦ୍ୱାରା ଘରେ ଆର୍ଥିକ ସମସ୍ୟା ଲାଗି ରହିଥାଏ । ଆସନ୍ତୁ ଜାଣିବା ଘରେ କେଉଁସବୁ ଗଛ ଲଗାଇବା ଉଚିତ୍ ନୁହେଁ

ଅଶୋକ ଗଛରୁ ସକାରାତ୍ମକ ଶକ୍ତିର ପ୍ରତୀକ ବୋଲି କୁହାଯାଏ। ବାସ୍ତୁ ଅନୁସାରେ ଏହି ଗଛଟି ସବୁବେଳେ ଘରର ମୁଖ୍ୟ ଦ୍ୱାରରେ ରହିବ ଆବଶ୍ୟକ। ଯଦି ଅଶୋକ ଗଛ ଶୁଖିଯାଏ ତେବେ କୁହାଯାଏ ଯେ ଘରର ସୁଖ ଓ ଶାନ୍ତିରେ ବାଧା ଆସିଥାଏ । ଘରେ କଳହ ଓ ଆର୍ଥିକ ସମସ୍ୟା ଦେଖା ଦେଇଥାଏ । ତେଣୁ ଗଛ ଗୁଡିକର ଏହିସବୁ ସୂଚନା ଆମକୁ ଜୀବନ ପ୍ରତି ସତର୍କ କରିଥାଏ ।

ଅରଖ ଗଛ ଏହା ଆମ ଜୀଵନରେ ଆସୁଥିବା ସବୁ ବାଧାବିଘ୍ନକୁ ଦୂର କରିଥାଏ । ଯେଉଁ ଘରେ ଆପେ ଆପେ ଅରଖ ଗଛ ଉଠିଥାଏ ସେ ଘରେ କୈାଣସି ଅଭାବ ରହେ ନାହିଁ। ଘରେ ଧନଧାନ୍ୟରେ ଘର ପୂରି ଉଠେ । ବାସ୍ତୁଶାସ୍ତ୍ର ଅନୁସାରେ ଘର ସମ୍ମୁଖରେ ଏହି ଗଛ ଉଠିଲେ ତାକୁ ଉପାଡିବା ଅନୁଚିତ୍ ।

ଅଶ୍ୱତ୍ଥ ଗଛ ଘର ପାଖରେ ରହିଲେ ଏହା ନକାରାତ୍ମକ ଶକ୍ତି ପକାଇଥାଏ। ତେଣୁ ଏହି ଗଛକୁ ଭୁଲରେ ବି ଆପଣ ନିଜ ଘରେ ବା ଆଖ ପାଖରେ ଲଗାନ୍ତୁ ନାହିଁ। ବା ରହିବାକୁ ଦିଅନ୍ତୁ ନାହିଁ। ଏହାଦ୍ୱାରା ଧନହାନୀ ହୋଇଥାଏ। ଯଦି ବି ଏହା ଆପଣଙ୍କ ଘରେ ଉଠିଥାଏ ,ତେବେ ଆପଣ ଏହାକୁ ମନ୍ଦିରରେ ଲଗାଇ ପାରିବେ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ ବର ଗଛ ଘର କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନର ପୂର୍ବ ଦିଗରେ ରହିଲେ ଖୁବ୍ ଭଲ । ଏହି ଦିଗରେ ଗଛ ରହିଲେ ଘରେ କୌଣସି ପ୍ରକାରର ଅଭାବ ଅସୁବିଧା ରହେ ନାହିଁ । କିନ୍ତୁ ଯଦି ଘରର ପଶ୍ଚିମ ଦିଗରେ ବର ଗଛ ରହିଛି ତାହେଲେ ଅଶୁଭ ହୋଇଥାଏ । ଏପରିକି ଗଛର ଛାଇ ଘର ଉପରେ ପଡିଲେ ମଧ୍ୟ ନକରାତ୍ମକ ପ୍ରଭାବ ପକାଇଥାଏ ।

ଘରେ ଡାଳିମ୍ବ ଗଛ ରହିଲେ ଖୁବ୍ ଶୁଭଫଳ ମିଳିଥାଏ । କିନ୍ତୁ ଅଗ୍ନି ଓ ନୈରତ୍ୱ କୋଣରେ ଏହି ଗଛ ଲଗାଇବା ଅନୁଚିତ୍ । ଏହା ନକରାତ୍ମକ ଶକ୍ତି ଉତ୍ପନ କରିଥାଏ । ସେହିପରି ବାସ୍ତୁଶାସ୍ତ୍ର ଅନୁସାରେ ହଳଦୀ ଗଛ ଘର ପରିସରରେ ରହିବା ଅନୁଚିତ୍ । ଯଦି ଏହି ଗଛ ଆପଣାଛାଏଁ ଘରେ ଉଠେ ତେବେ ତାକୁ ଉପାଡି ଫିଙ୍ଗି ଦେବା ଉଚିତ୍। ଏହି ଗଛ ରହିଲେ ଘର ଉପରେ ନକରାତ୍ମକ ପ୍ରଭାବ ପଡିଥାଏ।

Latest Posts

Don't Miss