ସୂର୍ଯ୍ୟାସ୍ତ ପରେ ଭୁଲରେ ବି କରନ୍ତୁନି ଏହି କାମ, କାଙ୍ଗାଳ ହୋଇପାରନ୍ତି

ନନ୍ଦିଘୋଷ ବ୍ୟୁରୋ: ଧର୍ମ ଏବଂ ସଂସ୍କୃତିର ଦେଶ ଭାରତ। ହିନ୍ଦୁ ଧର୍ମ ଶାସ୍ତ୍ରରେ ପ୍ରତି କାମ ପାଇଁ କିଛି ନା କିଛି ନିୟମ ରହିଛି। ଧାର୍ମିକ ମାନ୍ୟତା ଅନୁଯାୟୀ ସନ୍ଧ୍ୟା ସମୟରେ କିଛି କାମ ରହିଛି ଯାହାକୁ କରିବା ଅନୁଚିତ। ଏହା କରିବା ଦ୍ୱାରା ଘରେ ନକାରାତ୍ମକ ଉର୍ଜା ବଢ଼ିଥାଏ। ଏମିତି ଅନେକ କାମ ରହିଛି ଯାହାକୁ ଆମେ ଅଜାଣତରେ କରିଦେଇଥାଉ। ଯାହାଦ୍ୱାରା ଖରାପ ପ୍ରଭାବ ପଡ଼ିଥାଏ। କୁହାଯାଏ, ନିୟମକୁ ମାନି କାମ କଲେ ଭଗବାନଙ୍କ ଆଶିର୍ବାଦ ମିଳିଥାଏ। ସେହିପରି କିଛି କାମ କରିଛି, ଯାହାକୁ ସନ୍ଧ୍ୟା ସମୟରେ କରିବା ଅଶୁଭ ବୋଲି ବିବେଚନା କରାଯାଏ  । ଏବେ ଜାଣନ୍ତୁ ସନ୍ଧ୍ୟା ସମୟରେ କେଉଁ କାମ କରିବେ ନାହିଁ।

ସାନ୍ଧ୍ୟକାଳର ପୂଜା ଠିକ୍ ସମୟରେ କରିବା ଉଚିତ୍ । ଶାସ୍ତ୍ର ଅନୁସାରେ ସୂର୍ଯ୍ୟାସ୍ତ ପୂର୍ବରୁ କିମ୍ବା ସୂର୍ଯ୍ୟାସ୍ତର ୧ ଘଣ୍ଟା ମଧ୍ୟରେ ପୂଜା କରିବା ଉଚିତ୍ । ସନ୍ଧ୍ୟା ପୂଜା ବିଳମ୍ବରେ କରିବା ଅନୁଚିତ୍। ଏପରି କରିବା ଦ୍ୱାରା ଖରାପ ପ୍ରଭାବ ପଡିଥାଏ । ସେହିପରି ରାତିରେ ଫୁଲ୍ ଛିଣ୍ଡାଇବାକୁ ଅଶୁଭ ମନାଯାଇଥାଏ ।

ରାତିରେ ତୁଳସୀ ପତ୍ର ଛିଣ୍ଡାଇବା ଅନୁଚିତ୍ । ସନ୍ଧ୍ୟା ସମୟରେ ତୁଳସୀ ଚଉରା ପାଖରେ ଦୀପ ଲଗାଇଲେ ପରିବାରରେ ଶାନ୍ତି ବଜାୟ ରହିଥାଏ। ଚଡରାରେ ପୂଜା ପାଉଥିବା ତୁଳସୀକୁ ସକାଳ ସମୟରେ ଜଳଦାନ କରାଯାଏ। ସନ୍ଧ୍ୟା ସମୟରେ ତୁଳସୀ ଗଛରେ ଜଳଦାନ କରାଯାଇ ନଥାଏ କି ତୁଳସୀପତ୍ର ଛିଣ୍ଡା ଯାଇ ନଥାଏ। ନିୟମ ନମାନିଲେ ମା’ ଲକ୍ଷ୍ମୀ କୋପ କରୁଥିବାର ଶାସ୍ତ୍ରରେ ବର୍ଣ୍ଣିତ ।

ଶାସ୍ତ୍ର ଅନୁସାରେ ସନ୍ଧ୍ୟାରେ ଝାଡ଼ୁ କରିବା ମଧ୍ୟ ଅନୁଚିତ। ଏହା ଦ୍ୱାରା ମଇଳା ସହ ଘରର ସୁଖ ଶାନ୍ତି ବି ବାହାରକୁ ଚାଲିଯାଏ। ଏଣୁ ସବୁବେଳେ ସନ୍ଧ୍ୟା ପୂର୍ବରୁ ଘର ଝାଡ଼ୁ କରିବା ଉଚିତ୍। ଯେଉଁ ଘରେ ଲୋକମାନେ ସନ୍ଧ୍ୟା ବେଳେ ଶୋଇଥାଆନ୍ତି ସେଠାରେ ଲକ୍ଷ୍ମୀ ବାସ କରିନଥାନ୍ତି। ଏଣୁ ସନ୍ଧ୍ୟାରେ କେବେ ବି ଶୁଅନ୍ତୁ ନାହିଁ।