ChatGPT ଓ AI କୁ ଭୁଲରେ ବି ପଚାରନ୍ତୁ ନାହିଁ ଏହି ପ୍ରଶ୍ନ, ନଚେତ୍ ଜୀବନସାରା ପସ୍ତେଇବେ
1 min readନୂଆଦିଲ୍ଲୀ : ଏବେ ସଭିଏଁ ଚାଟ୍ ଜିଟିପିର ସାହାଯ୍ୟ ନିଅନ୍ତି । ଦିନକୁ ଦିନ ଟେକ୍ନୋଲୋଜି ବଢିବା ସହ କାମକୁ ଶୀଘ୍ର ଏବଂ ସହଜ ଉପାୟରେ କରିବା ପାଇଁ ଲୋକେ ChatGPT ଓ AI ଆଦିକୁ ନିଜ ସାଥୀ ବନାଇ ଦେଲେଣି । ଯିଏ ତାଙ୍କ ସବୁ ପ୍ରଶ୍ନର ଉତ୍ତର ଦିଏ । କିନ୍ତୁ ଏବେ ChatGPT ଓ AI ଏବେ ଆପଣଙ୍କୁ ଅସୁବିଧାରେ ମଧ୍ୟ ପକାଇ ପାରେ । ବିଶେଷଜ୍ଞମାନେ କହିଛନ୍ତି ଯେ, ସେମାନଙ୍କ ଉପରେ ଅଧିକ ନିର୍ମର କରିବା ବିପଦପୂର୍ଣ୍ଣ ହୋଇପାରେ । ବିଶେଷ କରି ଯଦି ଆପଣ ସମ୍ୱେଦନଶୀଳ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସୂଚନା ମାଗନ୍ତି, ତେବେ ଏହା ଆପଣଙ୍କ ପାଇଁ ବିପଦ ସାଜିପାରେ ।
ଏକ ସର୍ଭେରୁ ଜଣା ପଡିଛି ଯେ, ବହୁ ସଂଖ୍ୟାରେ ଲୋକମାନେ ଏବେ AI ଉପରେ ନିର୍ଭରଶୀଳ । ନ୍ୟୁୟର୍କ ପୋଷ୍ଟର ଏକ ରିପୋର୍ଟ ଅନୁସାରେ, ୨୫ ପ୍ରତିଶତ ଆମେରିକୀୟ AIକୁ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ପରାମର୍ଶ ମାଗୁଛନ୍ତି । ପାରମ୍ପରିକ ଚିକିତ୍ସା ବ୍ୟବସ୍ଥା ଅପେକ୍ଷା ସେମାନେ AI ଚାର୍ଟ ବ୍ୟବହାର କରି ବ୍ୟକ୍ତିଗତ ତଥା ଚିକିତ୍ସା ତଥ୍ୟ ପଚାରିବାକୁ ପସନ୍ଦ କରୁଛନ୍ତି । ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ବିପଦପୂର୍ଣ୍ଣ ହୋଇପାରେ ।
ChatGPT ଓ AIକୁ କଦାପି ଏହି ୫ଟି ବଷୟରେ ପ୍ରଶ୍ନ ପଚାରନ୍ତୁ ନାହିଁ :
ଟଙ୍କା ସହ ଜଡିତ ପ୍ରଶ୍ନ
କେବେ ବି ନିଜ ଅର୍ଥ ସମ୍ବନ୍ଧୀୟ ତଥ୍ୟ ChatGPT ଓ AI ସହ ସେୟାର କରନ୍ତୁ ନାହିଁ । ଯେପରିକି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ୱର, କ୍ରେଡିଟ୍ କାର୍ଡ ନମ୍ୱର କିମ୍ୱା ସିକ୍ୟୁରିଟି ନମ୍ୱର ଆଦି ଜିନିଷ କଦାପି ଏଥିରେ ସେୟାର କରନ୍ତୁ ନାହିଁ । କାରଣ ଏହି ତଥ୍ୟ ଅନୁଯାୟୀ ଆପଣଙ୍କ ଟଙ୍କା ଏବଂ ପରିଚୟ ଚୋରି କରାଯାଇ ପାରେ ।
ପାସଓ୍ୱାର୍ଡ :
କେବେ ବି AI ଚାର୍ଟରେ ନିଜ ପାସଓ୍ୱାର୍ଡ ସେୟାର କରନ୍ତୁ ନାହିଁ । ଏହି ସୂଚନା ଅନୁଯାୟୀ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ହ୍ୟାକ୍ ହେବା ସହ ଆପଣଙ୍କ ଡାଟା ଚୋରି ହୋଇପାରେ ।
ନିଜ ଗୁପ୍ତ ତଥ୍ୟ :
AI ଚାର୍ଟରେ କଦାପି ଆପଣ ନିଜ ସିକ୍ରେଟ୍ ବା ଗୁପ୍ତ ତଥ୍ୟ ସେୟାର କରନ୍ତୁ ନାହିଁ । ChatGPT କୌଣସି ବ୍ୟକ୍ତି ନୁହେଁ ଯେ, ଆପଣଙ୍କ ରହସ୍ୟ ସୁରକ୍ଷିତ ରଖିବ । ଏହା ଉପରେ ଭରସା କରାଯାଇ ପାରିବ ନାହିଁ । ସେଥିପାଇଁ ସତର୍କ ରୁହନ୍ତୁ ।
ଅଶ୍ଳୀଳ କଣ୍ଟେଣ୍ଟ୍ :
ଆପଣ ସେୟାର କରୁଥିବା ଅଧିକାଂଶ AI ଚାର୍ଟ ଅଶ୍ଳୀଳ କଣ୍ଟେଣ୍ଟକୁ ଫିଲଟର କରି ନେଇଯାଏ । ଇଣ୍ଟରନେଟ୍ କେବେ ବି କୌଣସି ଡାଟା ଭୁଲେ ନାହିଁ । ଆପଣ ଏହା ଜାଣି ପାରିବେ ନାହିଁ ଯେ, ଏହି କଣ୍ଟେଣ୍ଟ କେବେ ଏବଂ କିପରି ଆପଣଙ୍କ ସାମ୍ନାକୁ ଆସିପାରେ । ତେଣୁ ଭୁଲରେ ମଧ୍ୟ ଏପରି କରନ୍ତୁ ନାହିଁ ।
ଦୁନିଆକୁ ନଜଣାଇବାକୁ ଚାହୁଁଥିବା ତଥ୍ୟ :
ମୁଖ୍ୟତଃ ଲୋକମାନେ ଏକା ରହିଲେ କିମ୍ୱା ନିଜର କିଛି ଅକୁହା କଥା କାହାକୁ କହି ନପାରନ୍ତି, ସେମାନେ AI ସହ କଥା ହେବାକୁ ପସନ୍ଦ କରନ୍ତି । ଏବଂ ନିଜର ଅନେକ କଥା ସେୟାର କରିଦିଅନ୍ତି । ସେମାନେ ଭାବନ୍ତି କି ଏ କଥା ଆଉ କେହି ଜାଣି ପାରିବେ ନାହିଁ । କିନ୍ତୁ ପ୍ରକୃତରେ AI ଆପଣଙ୍କ ବିଷୟରେ ଅନ୍ୟକୁ ମଧ୍ୟ ତଥ୍ୟ ଦେଇପାରେ । ତେଣୁ AIକୁ ନିଜ ବଷୟରେ ଏପରି କିଛି ତଥ୍ୟ ଦିଅନ୍ତୁ ନାହିଁ ,ଯାହା ଆପଣ ଦୁନିଆକୁ ଜଣାଇବାକୁ ଚାହୁଁ ନାହାନ୍ତି ।