୧୦୮ ଆମ୍ବୁଲାନ୍ସ ଖୋଜୁଛି ନେଟଓ୍ବର୍କ, ଡିଜିଟାଲ ଇଣ୍ଡିଆ ପାଲଟିଛି ଗାଣିର ଗାର

ରାୟଗଡ଼ା: ୧୦୮ ଆମ୍ବୁଲାନ୍ସ ଖୋଜୁଛି ନେଟଓ୍ବର୍କ । ମେଡିକାଲ କି ଥାନା ନୁହଁ ଜଙ୍ଗଲ ମଝିରେ ଅଟକି ରହୁଛି । ଲୋକଙ୍କୁ ସେବା ଦେବାକୁ ଅକ୍ଳାନ୍ତ ପରିଶ୍ରମ କରୁଛି । କାହିଁକି ନା, ରାୟଗଡା ଗୁଡ଼ାରୀ ବ୍ଲକ ପାଇଁ ପ୍ରହେଳିକା ପାଲଟିଛି କେନ୍ଦ୍ର ସରକାରଙ୍କ ଟେଲିକମ ସେବା । ଡିଜିଟାଲ ଇଣ୍ଡିଆ ନାରା ଏଠି ପାଣିର ଗାର ପାଲଟିଛି । ମୋବାଇଲର ଗୋଟିଏ ପଏଣ୍ଟ ଟାଓ୍ବାର ଉଠିବା ବି ଅଞ୍ଚଳ ପାଇଁ ସ୍ବପ୍ନ ସାଜିଛି । ଏହି ବ୍ଲକ ୯ ଗୋଟି ପଂଚାୟତକୁ  ନେଇ ଗଠିତ ହୋଇଛି । ହେଲେ ଏଠି ମୋବାଇଲ ଟାଓ୍ବାର ଟିଏ ନାହିଁ । ଫଳରେ ଗୌଡ଼ ଢେପାଗୁଡ଼ା ଗାଁରେ ଥିବା ଗୁଡ଼ାରୀ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବା ପାଇଁ ଆମ୍ବୁଲାନ୍ସକୁ ଫୋନ କରିବାକୁ ରୋଗୀଟିଏ ସମସ୍ୟାରେ ପଡୁଛି । ରୋଗୀଙ୍କ ଫୋନ କଲ୍ ପାଇଁ ମଧ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ଛାଡି ଜଙ୍ଗଲରେ ରହୁଛି ୧୦୮ ଆମ୍ବୁଲାନ୍ସ । ସେହି ଗୋଟିଏ ସ୍ଥାନରେ ହିଁ ନେଟଓ୍ବର୍କ ଆସୁଥିବା କହିଛନ୍ତି ଅଞ୍ଚଳବାସୀ।

ରାଜ୍ୟ ସରକାର ବାରମ୍ବାର ମୋବାଇଲ ନେଟଓ୍ବର୍କ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ନିକଟରେ ଦାବି କରିଆସୁଛନ୍ତି । ମୋବାଇଲ ଟାଓ୍ବାର ନଥିବାରୁ ରୋଗୀ ସେବା କିଭଳି ବ୍ୟାହାତ ହେଉଛି, ଏ ହେଉଛି ତାର ଏକ ନଗ୍ନ ଉଦାହରଣ । ଗୁଡାରିରେ ନିର୍ମିତ ଟାଓ୍ବାର କାର୍ଯ୍ୟକ୍ଷମ ହେଲେ  ଲୋକେ ଉପକୃତ ହୋଇପାରିବେ ବୋଲି କହିଛନ୍ତି ଗୁଡାରୀ ପିଏଚସିର ଭାରପ୍ରାପ୍ତ ଅଧିକାରୀ ।