spot_img

Latest Posts

ଏବେ ସ୍ପେସରୁ ସିଧାସଳଖ ନେଟୱାର୍କ ପାଇବ ଆପଣଙ୍କର ଫୋନ୍..

ନନ୍ଦିଘୋଷ ବ୍ୟୁରୋ: ଏବେ ସ୍ପେସରୁ ସିଧାସଳଖ ନେଟୱାର୍କ ପାଇବ ଆପଣଙ୍କର ଫୋନ୍ । ଆମେରିକାର ଉପଗ୍ରହ ଉତକ୍ଷେପଣ କରି ଏହି ସ୍ୱପ୍ନକୁ ପୂରଣ କରିବ ଇସ୍ରୋ। ଟେକ୍ସାସ୍ ସ୍ଥିତ କମ୍ପାନୀ AST ହେଉଛି ସ୍ପେସ୍ ମୋବାଇଲ୍, ଯାହା ସ୍ପେସ୍ ମାଧ୍ୟମରେ ଲୋକଙ୍କୁ ମୋବାଇଲ୍ ନେଟୱାର୍କ ଯୋଗାଇବା ପାଇଁ କାର୍ଯ୍ୟ କରିବ । ଏହି କମ୍ପାନୀର କମ୍ୟୁନିକେସନ ସ୍ୟାଟେଲାଇଟ୍ ଶ୍ରୀହରିକୋଟା ଠାରୁ ଲଞ୍ଚ ହେବାକୁ ଯାଉଛି। ସମଗ୍ର ବିଶ୍ୱରେ ଭାରତକୁ ଏକ ଭିନ୍ନ ପରିଚୟ ପ୍ରଦାନ କରିବ ।  ଆର୍ଥିକ ହେଉ ଅବା ସାମାଜିକ, ରାଜନୀତି ହେଉ ଅବା ବିଜ୍ଞାନ, ଆମେ ପ୍ରତ୍ୟେକ କ୍ଷେତ୍ରରେ ବିଶ୍ୱ ସହିତ ଗତି କରୁଛୁ। ଇସ୍ରୋ ବିଜ୍ଞାନ କ୍ଷେତ୍ରରେ ଏକ ନୂତନ ସଫଳତା ହାସଲ କରିବାକୁ ଯାଉଛି। ବର୍ତ୍ତମାନ ମୋବାଇଲ୍ କଲିଂ ପାଇଁ ପାରମ୍ପରିକ ନେଟୱର୍କ କିମ୍ବା ଟାୱାରର କୌଣସି ଆବଶ୍ୟକତା ରହିବ ନାହିଁ । ଆଗକୁ ଆପଣ ନିଜେ ମହାକାଶରୁ ଦୁନିଆର କୌଣସି ଅଞ୍ଚଳକୁ କଲ କରିପାରିବେ।

ଇଣ୍ଟରନେଟ୍ ବ୍ୟବହାର କରିପାରିବେ। ଖୁବ୍ ଶୀଘ୍ର ଆମେରିକୀୟ କମ୍ପାନୀ ଏହି ସ୍ୱପ୍ନକୁ ବାସ୍ତବରେ ପରିଣତ କରିବାକୁ ଯାଉଛି । ଭାରତର ଇସ୍ରୋ ଏଥିରେ ସମର୍ଥନ କରୁଛି । ଭାରତୀୟ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ଯେ ଆମେ ଫେବୃଆରୀ କିମ୍ବା ମାର୍ଚ୍ଚରେ ଆମେରିକାର ଉପଗ୍ରହ ଉତକ୍ଷେପଣ କରିବୁ । ମୋବାଇଲ୍ ଯୋଗାଯୋଗ କ୍ଷେତ୍ରରେ ଏହା ଏକ ବିପ୍ଳବ ଆଣିବ । ତେବେ ଏନେଇ ଇସ୍ରୋ କିମ୍ବା କେନ୍ଦ୍ର ମନ୍ତ୍ରୀଙ୍କଠାରୁ କୌଣସି ସରକାରୀ ବିବୃତ୍ତି ଆସିନାହିଁ। ଏହାର ବିଶେଷତ୍ଵ ହେଉଛି ମହାକାଶରୁ ନେଟୱର୍କ ମିଳିବା ସରଳ ହେବ। ଦୁନିଆରେ ଯେକୌଣସି ସ୍ଥାନରେ ରହି ଫୋନରେ କଥା ହୋଇପାରିବା। ଷ୍ଟାରଲିଙ୍କ ପରି ଇଣ୍ଟରନେଟ୍ ସୁବିଧା ଉପଲବ୍ଧ ହେବ। ଦେଖିବାକୁ ଗଲେ ଏହା ଗ୍ଲୋବାଲ ସିମ୍ ଭଳି କାମ କରିବ।

Latest Posts

Don't Miss